ଯାଜପୁର: ଯାଜପୁର ଜିଲ୍ଲା 53 ନମ୍ବର ଜାତୀୟ ରାଜପଥର ଆରୁହା ଛକ ଏକ କ୍ୟାବିନରୁ 200 ଲିଟର ଡିଜେଲ ଜବତ କରିଛି ଧର୍ମଶାଳା ପୋଲିସ । ଦୀର୍ଘଦିନ ଧରି ଏଠାରେ ବିଭିନ୍ନ ତେଲ ଟ୍ୟାଙ୍କରୁ ଡିଜେଲ କମ ଦାମରେ କଢ଼ାଯାଇ ଅନ୍ୟତ୍ର ବିକ୍ରି କରାଯାଉଥିଲା ।
ତେଲ ଟ୍ୟାଙ୍କର ଡ୍ରାଇଭର ଓ ତେଲ ବେପାରୀ ମିଶି ଡିଜେଲକୁ ବିକ୍ରି କରି ମାଲାମାଲ ହେଉଥିଲେ । ଯାହାର ସୂଚନା ଧର୍ମଶାଳା ପୋଲିସକୁ ମିଳିଥିଲା । ଚଢ଼ାଉ କରି କ୍ୟାବିନରେ ଗଚ୍ଛିତ ଥିବା 200 ଲିଟର ଡିଜେଲ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ । ଏହା ପୂର୍ବରୁ ଶ୍ରୀରାମପୁର ଠାରେ ମଧ୍ୟ ପୋଲିସ ଚଢ଼ାଉ କରି ଡିଜେଲ ଜବତ କରିଥିଲା । ବର୍ଷ ବର୍ଷ ଧରି 53 ନମ୍ବର ଜାତୀୟ ରାଜପଥରେ ଏହିଭଳି ବେଆଇନ ଚୋରା ତେଲ କାରବାର ଚାଲିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ