ETV Bharat / state

ଗୁଣିଗାରେଡି ସନ୍ଦେହରେ ସ୍ବାମୀକୁ ହତ୍ୟା, ସ୍ତ୍ରୀ ଗୁରୁତର

author img

By

Published : Jun 9, 2021, 6:27 AM IST

ଯାଜପୁର ଜିଲ୍ଲାରେ ଜଣେ ଦମ୍ପତିଙ୍କୁ ଆକ୍ରମଣ ହୋଇଛି । ତେବେ ଗୁଣିଗାରେଡି ପାଇଁ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ...

ଗୁଣିଗାରେଡି ସନ୍ଦେହରେ ସ୍ବାମୀକୁ ହତ୍ୟା, ସ୍ତ୍ରୀ ଗୁରୁତର
ଗୁଣିଗାରେଡି ସନ୍ଦେହରେ ସ୍ବାମୀକୁ ହତ୍ୟା, ସ୍ତ୍ରୀ ଗୁରୁତର

ଯାଜପୁର: ଜିଲ୍ଲା କଳିଆପାଣି ଥାନା ଅନ୍ତର୍ଗତ ଟିକରପଡ଼ା ଗ୍ରାମରେ ଜଣେ ଦମ୍ପତିଙ୍କ ଉପରେ ଆକ୍ରମଣ ହୋଇଛି । ଗୁଣିଗାରେଡି ସନ୍ଦେହରେ ଏହି ଆକ୍ରମଣ ହୋଇଛି । ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ବେଳେ ମହିଳା ଗୁରୁତର ଅଛନ୍ତି । ଏହି ଘଟଣାରେ ସମ୍ପର୍କୀୟ ହତ୍ୟାକାରୀ ଭାଇଙ୍ଗୁ ପୋଲିସ ଗିରଫ କରିଛି ।

ଗତ ରାତିରେ ସେହି ଗ୍ରାମର ମୁଖିଆ ଯୁଆଙ୍ଗ ନିଜର ପଡୋଶୀ ତଥା ସମ୍ପର୍କୀୟ ଭାଇ ଓ ଭାଉଜଙ୍କ ଉପରେ ଏକ ଧାରୁଆ କତା ଧରି ଆକ୍ରମଣ କରିଥିଲା। ଫଳରେ ଭାଉଜ ମୁଖିଆର ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବେଳେ ଭାଇ ମାଗୁଣି ଯୁଆଙ୍ଗଙ୍କ ବେକକୁ ହାଣିଦେବା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।କିଛିଦିନ ଧରି ମାଗୁଣି ଏବଂ ତାଙ୍କ ସ୍ତ୍ରୀ ଉଭୟ ଗୁଣିଗାରେଡି କରି ଅନ୍ୟମାନଙ୍କ ଦେହ ଖରାପ କରିବାସହ କ୍ଷତି ଘଟାଉଥିବା ମୁଖିଆ ସନ୍ଦେହ କରୁଥିଲା।

ତେବେ କଳିଆପାଣି ପୋଲିସ ଏ ସମ୍ପର୍କରେ ସୂଚନା ପାଇବାପରେ ଆଜି ମୁଖିଆକୁ ଗିରଫ କରିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ। ଗତବର୍ଷ ଠିକ ଏହି ସମୟରେ କଳିଙ୍ଗନଗର ଥାନା ଅଧୀନରେ ଗୁଣିଗାରେଡି ସନ୍ଦେହରେ ଏକ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା।ତେବେ ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.