ETV Bharat / state

ବଧୂହତ୍ୟା ଅଭିଯୋଗ: ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ, ପୂର୍ବରୁ ଶାଶୁ-ଶ୍ବଶୁରଙ୍କୁ ମିଳିସାରିଛି ଦଣ୍ଡ - ଯାଜପୁର ବଧୂହତ୍ୟା କେସ

ବଧୂହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ । ଅଧିକ ପଢନ୍ତୁ

Verdict On Wife Murder: ବଧୂହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ

author img

By

Published : Feb 9, 2022, 6:25 PM IST

ଯାଜପୁର: ବଧୂହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଓଳେଇ ଚନ୍ଦନପୁର ଗାଁର ପୁଅ ଦେବଦତ୍ତ ସାମଲ 2013 ମସିହାରେ ଟିଣ ପଞ୍ଚାୟତର ନିରଞ୍ଜନ ବେହୁରିଆଙ୍କ ଝିଅ ସ୍ମିତାଶ୍ରୀଙ୍କୁ ବିବାହ କରିଥିଲେ । ବିବାହର 3 ମାସ ପରେ ଶାଶୁ ଶ୍ବଶୁର ଏବଂ ସ୍ବାମୀ, ସ୍ମିତାଶ୍ରୀଙ୍କୁ ଯୌତୁକ ନିର୍ଯାତନା ଦେଇଥିଲେ।

Verdict On Wife Murder: ବଧୂହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ପରେ ତାଙ୍କୁ କିରୋସିନ ଢାଳି ହତ୍ୟା କରିଥିଲେ । ଏହି ଘଟଣାରେ ଶ୍ବଶୁର ପ୍ରଫୁଲ ସାମଲ, ଶାଶୁ ଶଶୀକଳାଙ୍କୁ ଆଜୀବନ ଦଣ୍ଡ ଦେଇଥିଲେ ଅଦାଲତ । ଆଜି(ବୁଧବାର) ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମୃତ ସ୍ମିତାଶ୍ରୀଙ୍କ ସ୍ବାମୀ ଦେବଦତ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ 50 ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.