ETV Bharat / state

ସୁନାଗହଣା ନେଇ ସ୍ତ୍ରୀ ଫେରାର, ଥାନାରେ ମାମଲା ରୁଜୁ କଲେ ସ୍ବାମୀ - ସ୍ତ୍ରୀର ଦ୍ବିତୀୟ ବିବାହକୁ ସ୍ବାମୀର ବିରୋଧ

ସ୍ତ୍ରୀର ଦ୍ବିତୀୟ ବିବାହକୁ ବିରୋଧ କରି ଥାନାରେ ଅଭିଯୋଗ କଲା ସ୍ବାମୀ । ଘରୁ ଆସିବାବେଳେ ସୁନା ଗହଣା ନେଇ ଆସିବା ସହ ଅନ୍ୟତ୍ର ବିବାହ କରୁଥିବା ସ୍ବାମୀର ଅଭିଯୋଗ । ଅଧିକ ପଢନ୍ତୁ....

ସ୍ତ୍ରୀର ଦ୍ବିତୀୟ ବିବାହକୁ ସ୍ବାମୀର ବିରୋଧ
ସ୍ତ୍ରୀର ଦ୍ବିତୀୟ ବିବାହକୁ ସ୍ବାମୀର ବିରୋଧ
author img

By

Published : Apr 30, 2021, 8:35 PM IST

ଯାଜପୁର: ସ୍ତ୍ରୀର ଦ୍ୱିତୀୟ ବିବାହକୁ ବିରୋଧ କରି ଥାନାରେ ଦ୍ୱାରସ୍ଥ ହେଲା ସ୍ୱାମୀ । ଏନେଇ ଯାଜପୁର ଥାନାରେ ଅଭିଯୋଗ ହେବା ପରେ ସାମ୍ନାକୁ ଆସିଛି ।

ସ୍ତ୍ରୀର ଦ୍ବିତୀୟ ବିବାହକୁ ସ୍ବାମୀର ବିରୋଧ

ଧର୍ମଶାଳା କଣ୍ଟିଗଡ଼ିଆ ଗାଁର ଭାଗ୍ୟଧର ଦାସ ଯାଜପୁର ଥାନା ଲକ୍ଷ୍ମଣପୁର ଗ୍ରାମର ହରିହର ମିଶ୍ରଙ୍କ ଝିଅକୁ ବିବାହ କରିଥିଲେ । ବିବାହ ପରେ ଝିଅ ସୁଚିତ୍ରା ନିଜ ବାପ ଘରେ ରହିବା ପରେ ଆଉ ଶାଶୁ ଘରକୁ ଯାଇ ନଥିଲା । ପରେ ଭାଗ୍ୟଧର ତାଙ୍କୁ ନେବାକୁ ଆସିବାରୁ ଘର ଜ୍ବାଇଁ ହୋଇ ରହିବାକୁ କହିଥିବା ସେ ଅଭିଯୋଗ କରିଛନ୍ତି । ଏହାପରେ ସୁଚିତ୍ରା ଆସନ୍ତା ୫ ତାରିଖ ଦିନ ଅନ୍ୟ ଏକ ସ୍ଥାନରେ ବିବାହ ହେଉଥିବା ଖବର ପାଇ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଭାଗ୍ୟଧର । ତେବେ ସୁଚିତ୍ରା ଶାଶୁଘରୁ ଆସିବାବେଳେ ନଗଦ ଟଙ୍କା ସହିତ ସୁନା ଅଳଙ୍କାର ନେଇ ପଳାଇ ଆସିଥିବା ଅଭିଯୋଗ ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.