ETV Bharat / state

ଶିକ୍ଷକ ଦମ୍ପତିଙ୍କ ପାରିବାରିକ କଳହ, ହାତୁଡି ମାଡରେ ଆଖିବୁଜିଲେ ପତ୍ନୀ - ତଦନ୍ତ ଜାରି

ଯାଜପୁର ଜିଲ୍ଲା ଜିଲ୍ଲା କୋରେଇ ଥାନା ରଣପୁର ଗ୍ରାମରେ ଘଟିଛି ଅଘଟଣ । ଘର ଝଗଡାକୁ କେନ୍ଦ୍ର କରି ସ୍ତ୍ରୀକୁ ହାତୁଡିରେ ପିଟି ହତ୍ୟା କଲା ସ୍ବାମୀ । ପୋଲିସର ତଦନ୍ତ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସ୍ୱାମୀର ହାତୁଡି ମାଡରେ ସ୍ତ୍ରୀର ମୃତ୍ୟୁ
ସ୍ୱାମୀର ହାତୁଡି ମାଡରେ ସ୍ତ୍ରୀର ମୃତ୍ୟୁ
author img

By

Published : Jul 13, 2021, 2:11 PM IST

ଯାଜପୁର: ପାରିବାରିକ କଳହର କରୁଣ ପରିଣିତି । ଜିଲ୍ଲା କୋରେଇ ଥାନା ରଣପୁର ଗ୍ରାମରେ ଘଟିଛି ଅଘଟଣ । ଘର ଝଗଡାକୁ କେନ୍ଦ୍ର କରି ସ୍ତ୍ରୀକୁ ହାତୁଡିରେ ପିଟି ହତ୍ୟା କଲା ସ୍ବାମୀ । ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

ସ୍ୱାମୀର ହାତୁଡି ମାଡରେ ସ୍ତ୍ରୀର ମୃତ୍ୟୁ

ସୂଚନାଅନୁସାରେ ରଣପୁର ଗ୍ରାମର ଦିପ୍ତିମୟୀ ଜେନା ଓ ତାଙ୍କ ସ୍ବାମୀ ଅରୁଣ ଜେନାଙ୍କ ମଧ୍ୟରେ ବିଭିନ୍ନ ସମୟରେ ଛୋଟ ଛୋଟ ଘଟଣାକୁ ନେଇ ଝଗଡା ହେଉଥିଲା । ଆଜି ସକାଳ ଦୀପ୍ତିମୟୀ ଠାକୁର ପୂଜା କରୁଥିବା ବେଳେ ଅରୁଣ ହଠାତ୍ ତାଙ୍କ ପଛପଟୁ ଏକ ଲୁହା ଚୁତାରେ ମୁଣ୍ଡକୁ ପ୍ରହାର କରିଥିଲେ । ତେବେ ଲହୁ ଲୁହାଣ ଅବସ୍ଥାରେ ଆମ୍ବୁଲାନ୍ସ ସାହାଯ୍ୟରେ ଦୀପ୍ତିଙ୍କୁ କୋରେଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ମୃତକଙ୍କ ପରିବାର ।

ଘଟଣାର ଖବର ପାଇଁ କୋରେଇ ପୋଲିସ ଅଭିଯୁକ୍ତ ସ୍ଵାମୀ ଅରୁଣଙ୍କୁ ଅଟକ ରଖିଛି । କୋରେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଅରୁଣ ଓ ତାଙ୍କ ପତ୍ନୀ ଉଭୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.