ETV Bharat / state

ତେଜୁଛି ଯାଜପୁର ରୋଡ ଡାକ୍ତରଖାନା ସମସ୍ୟା, 5ମ ଦିନରେ ଗଣଧାରଣା - hospital

ଯାଜପୁର ରୋଡ ଡାକ୍ତରଖାନାରେ ସମସ୍ତ ସୁବିଧା ଦାବିରେ ଗତ 5ଦିନ ଧରି ଗଣଧାରଣାରେ ବସିଥିବା ଭଗତ ସିଂହ ଯୁବକ ସଂଘ ଦାବି ପୁରଣ ନହେଲେ ଆମରଣ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, ଯାଜପୁର
author img

By

Published : Aug 8, 2019, 2:57 AM IST

ଯାଜପୁର: ଯାଜପୁର ରୋଡ ଡାକ୍ତରଖାନାରେ ଦିନକୁ ଦିନ ରୋଗୀ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି । କଳିଙ୍ଗନଗର ଓ ବ୍ୟାସନଗର ସମେତ ଆଖପାଖ ଅଞ୍ଚଳର ଲକ୍ଷାଧିକ ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ତେବେ ଏଠାରେ ବିଭାଗୀୟ ଡାକ୍ତର ଓ କର୍ମଚାରୀ ଅଭାବରୁ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଆଧୁନିକ ଯନ୍ତ୍ରପାତିଗୁଡିକର ବ୍ୟବହାର କରାଯାଉନଥିବା ବେଳେ ରକ୍ତ ଭଣ୍ଡାର ମଧ୍ୟ ସଠିକ୍ ଭାବେ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏହାକୁ ନେଇ ମୁଣ୍ଡ ଟେକିଛି ଆନ୍ଦୋଳନ । ସ୍ଥାନୀୟ ଭଗତ ସିଂହ ଯୁବକ ସଂଘ ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ 5 ଦିନ ଧରି ଚାଲିଛି ଗଣଧାରଣା । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବାରୁ ଗୁରୁବାରଠାରୁ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛି ଯୁବକ ସଂଘ ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ଯାଜପୁର
ବ୍ରିଟିଶ ଶାସନ କାଳରେ 1942 ମସିହାରେ ସହରର କେନ୍ଦ୍ରସ୍ଥଳରେ ପ୍ରତିଷ୍ଠା ହୋଇଥିଲା ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ଯାହା ଉପରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ବ୍ୟାସନଗର ସହର ସମେତ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଲକ୍ଷାଧିକ ଲୋକ ନିର୍ଭର କରନ୍ତି । ଜିଲ୍ଲାର ଏହା ଏକ ପ୍ରମୁଖ ଡାକ୍ତରଖାନା ହୋଇଥିଲେ ହେଁ ଏଠାରେ ପ୍ରାୟ ଅଧିକାଂଶ ବିଭାଗରେ ବିଶେଷଜ୍ଞ ଡାକ୍ତର କିମ୍ବା ଆବଶ୍ୟକ ଷ୍ଟାଫ ନର୍ସ ମଧ୍ୟ ନାହାନ୍ତି । ଆଧୁନିକ ଯନ୍ତ୍ରପାତି ମଧ୍ୟ ବ୍ୟବହାର କରାଯାଉନାହିଁ । ଫଳରେ ରୋଗୀସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଯାହାକୁ ନେଇ ମୁଣ୍ଡ ଟେକିଛି ଆନ୍ଦୋଳନ ।

ଏନେଇ ସ୍ଥାନୀୟ ଭଗତ ସିଂହ ଯୁବକ ସଂଘ ପକ୍ଷରୁ ଦୀର୍ଘ ପ୍ରାୟ 5 ଦିନ ଧରି କଳିଙ୍ଗନଗର ଏଡିଏମ୍ ଅଫିସ୍ ସମ୍ମୁଖରେ ଧାରଣା ଜାରି ରହିଛି । ଏଥିରେ ସହରର ବହୁ ବୟସ୍କ ବ୍ୟକ୍ତି ଓ ବରିଷ୍ଠ ନାଗରିକ ମଧ୍ୟ ସାମିଲ ହୋଇଛନ୍ତି । ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ ନକରିବାରୁ ଆସନ୍ତାକାଲିଠାରୁ ସଂଘ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ କ୍ଷେତ୍ରୀୟ ଡାକ୍ତରଖାନାର ମାନ୍ୟତା ଦେଇଥିଲେ । ପରେ ଏହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଛି । ନିକଟରେ ଏହା ରାଜ୍ୟର ଦ୍ବିତୀୟ ସିଏଚସି ଭାବରେ ପୁରଷ୍କୃତ ମଧ୍ୟ ହୋଇଛି । ଏଭଳି ଏକ ପ୍ରମୁଖ ଡାକ୍ତରଖାନାରେ ଡାକ୍ତର ଅଭାବରୁ ରୋଗୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢି ବଢି ଚାଲିଛି । ମାତ୍ର ବିଭାଗୀୟ ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀ ଅଭାବରୁ ଏଠାରେ ଏପରି ସମସ୍ୟା ଉପୁଜିଛି ।

ତେବେ ଏ ସମ୍ପର୍କରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଲେ ସମସ୍ୟା ସମ୍ପର୍କରେ ସେ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇଛନ୍ତି । ପରିସ୍ଥିତିରେ ସୁଧାର ଆଣିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଚାଲିଛି ବୋଲି ସେ କହିଥିଲେ । ଡାକ୍ତରଖାନାର ପରିସ୍ଥିତିରେ ସୁଧାର ନ ଆସିଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବାର ସମ୍ଭାବନା ରହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-medical_problem_strike
format-pkg
reporter-Gyanaranjan ojha
place-jajpur
date-07.08.19
Anchor--ଯାଜପୁର ରୋଡ ଡାକ୍ତରଖାନାରେ ଦିନକୁ ଦିନ ରୋଗୀ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି । କଳିଙ୍ଗନଗର ଓ ବ୍ୟାସନଗର ସମେତ ଆଖପାଖ ଅଞ୍ଚଳର ଲକ୍ଷାଧିକ ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ତେବେ ଏଠାରେ ବିଭାଗୀୟ ଡାକ୍ତର ଓ କର୍ମଚାରୀ ଅଭାବରୁ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଆଧୁନିକ ଯନ୍ତ୍ରପାତି ଗୁଡିକର ବ୍ୟବହାର କରାଯାଉନଥିବା ବେଳ ରକ୍ତ ଭଣ୍ଡାରଟି ମଧ୍ୟ ସଠିକ୍ ଭାବେ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏବେ ଯାହାକୁ ନେଇ ମୁଣ୍ଡ ଟେକିଛି ଆନ୍ଦୋଳନ । ସ୍ଥାନୀୟ ଭଗତ ସିଂହ ଯୁବକ ସଂଘ ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ 5 ଦିନ ଧରି ଚାଲିଛି ଗଣଧାରଣା । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବାରୁ ଆସନ୍ତା କାଲି ଠାରୁ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛି ଯୁବକ ସଂଘ ।

Body:
vo-01--ବ୍ରିଟିଶ ଶାସନ କାଳରେ 1942 ମସିହାରେ ସହରର କେନ୍ଦ୍ରସ୍ଥଳରେ ପ୍ରତିଷ୍ଠା ହୋଇଥିଲା ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ଯାହା ଉପରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ବ୍ୟାସନଗର ସହର ସମେତ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଲକ୍ଷାଧିକ ଲୋକ ନିର୍ଭର କରନ୍ତି । ଜିଲ୍ଲାର ଏହା ଏକ ପ୍ରମୁଖ ଡାକ୍ତରଖାନା ହୋଇଥିଲେ ହେଁ ଏଠାରେ ପ୍ରାୟ ଅଧିକାଂଶ ବିଭାଗରେ ବିଶେଷଜ୍ଞ ଡାକ୍ତର କିମ୍ବା ଆବଶ୍ୟକ ଷ୍ଟାଫ ନର୍ସ ମଧ୍ୟ ନାହାନ୍ତି । ଆଧୁନିକ ଯନ୍ତ୍ରପାତି ମଧ୍ୟ ବ୍ୟବହାର କରାଯାଉନାହିଁ । ଫଳରେ ରୋଗୀସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଯାହାକୁ ନେଇ ମୁଣ୍ଡ ଟେକିଛି ଆନ୍ଦୋଳନ । ସ୍ଥାନୀୟ ଭଗତ ସିଂହ ଯୁବକ ସଂଘ ପକ୍ଷରୁ ଦୀର୍ଘ ପ୍ରାୟ 5 ଦିନ ଧରି କଳିଙ୍ଗନଗର ଏଡିଏମ୍ ଅଫିସ୍ ସମ୍ମୁଖରେ ଧାରଣା ଜାରି ରହିଛି । ଏଥିରେ ସହରର ବହୁ ବୟସ୍କ ବ୍ୟକ୍ତି ଓ ବରିଷ୍ଠ ନାଗରିକ ମଧ୍ୟ ସାମିଲ ହୋଇଛନ୍ତି । ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ ନକରିବାରୁ ଆସନ୍ତା କାଲି ଠାରୁ ସଂଘ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
bite-01--ରାଜେନ୍ଦ୍ର ବିଶ୍ବାଳ, ସଭାପତି, ଭଗତ ସିଂହ ଯୁବକ ସଂଘ
bite-02--ନାରାୟଣ ଚନ୍ଦ୍ର ନାୟକ, ଆନ୍ଦୋଳନକାରୀ
vo-02--ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ କ୍ଷେତ୍ରୀୟ ହସପିଟାଲର ମାନ୍ୟତା ଦେଇଥିଲେ । ପରେ ଏହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଛି । ନିକଟରେ ଏହା ରାଜ୍ୟର 2ୟ ସିଏଚସି ଭାବରେ ପୁରଷ୍କୃତ ମଧ୍ୟ ହୋଇଛି । ଏଭଳି ଏକ ପ୍ରମୁଖ ଡାକ୍ତରଖାନାରେ ଡାକ୍ତର ଅଭାବରୁ ରୋଗୀଙ୍କ ଦୁର୍ଦ୍ଦଶା ଦିନୁ ଦିନ ବଢି ବଢି ଚାଲିଛି । ମାତ୍ର ବିଭାଗୀୟ ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀ ଅଭାବରୁ ଏଠାରେ ଏପରି ସମସ୍ୟା ଉପୁଜିଛି । ତେବେ ଏ ସମ୍ପର୍କରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଲେ ସମସ୍ୟା ସମ୍ପର୍କରେ ସେ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବକତ କରାଇଛନ୍ତି । ପରିସ୍ଥିତିରେ ସୁଧାର ଆଣିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଚାଲିଛି ବୋଲି ସେ କହିଥିଲେ ।
bite-03--ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର

Conclusion:
fvo--ଡାକ୍ତରଖାନାର ପରିସ୍ଥିତିରେ ସୁଧାର ନ ଆସିଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଉଗ୍ରରୂପ ଧାରଣ କରିବାର ସମ୍ଭାବନା ରହିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.