ETV Bharat / state

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ବାମୀ ଅଟକ

author img

By

Published : Nov 28, 2020, 7:16 PM IST

ଯାଜପୁର ବ୍ୟାସନଗର ଅନ୍ତର୍ଗତ ମୁଣ୍ଡମାଳ ଗାଁରେ ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ବାମୀ ଅଟକ

ଯାଜପୁର: ଜିଲ୍ଲାର ବ୍ୟାସନଗର ମୁନିସିପାଲିଟି 26 ନମ୍ବର ଓ୍ବାର୍ଡ ଅଞ୍ଚଳରେ ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ମୁଣ୍ଡମାଳ ଡାହିସାହିର 30 ବର୍ଷୀୟା ମାନା ଦାସ । ଯାଜପୁର ରୋଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖାଯାଇ ପୋଲିସ ପଚରାଉଚରା କରୁଛି ।

ସୂଚନାଯୋଗ୍ୟ, ମୃତ ମହିଳା ମାନା ମୁଣ୍ଡମାଳ ଡାହା ସାହିର ଟିକିନ ଦାସଙ୍କୁ କିଛି ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଟିକିନ ଜଣେ ଟ୍ରକ ଡ୍ରାଇଭର ଅଟନ୍ତି । ସେମାନଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ଟିକିନ ଗତକାଲି(ଶୁକ୍ରବାର) ଅପରାହ୍ଣ 3 ଟା ସମୟରେ ମଦ୍ୟପାନ କରି ଘରକୁ ଫେରିଥିଲେ ଏବଂ ସନ୍ଧ୍ୟାରେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତେବେ ସମୟ ବିଳମ୍ବ ହେବାରୁ ମୃତଦେହଟିକୁ ଉଦ୍ଧାର କରାଯାଇ ନଥିଲା । ମାଜିଷ୍ଟ୍ରେଟଙ୍କ ଅନୁମତି ପରେ ଶନିବାର ମୃତଦେହଟିକୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ମହିଳାଙ୍କ ବାପା, ଭାଇ, ଭିଣୋଇ ଓ ଅନ୍ୟ ସମ୍ପର୍କୀୟ ପହଞ୍ଚି ଯାଜପୁର ରୋଡ ଥାନାରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ତଦନ୍ତ ପରେ ମୃତ୍ୟୁର ସଠିକ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲସ ପକ୍ଷରୁ କୁହାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.