ETV Bharat / state

ମନ୍ଦିର ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ:12 ଗିରଫ - ଯାଜପୁର

ମଙ୍ଗଳପୁର ଥାନା କୟାଁ ପଞ୍ଚାୟତର ଦରଭା ଗାଁରେ ଗୋଚର ଜମିରେ ମନ୍ଦୀର ନିର୍ମାଣକୁ କେନ୍ଦ୍ରକରି ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Group fight over temple construction in jajpur
ମନ୍ଦିର ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ:12 ଗିରଫ
author img

By

Published : Aug 20, 2020, 3:42 PM IST

ଯାଜପୁର: ମଙ୍ଗଳପୁର ଥାନା କୟାଁ ପଞ୍ଚାୟତର ଦରଭା ଗାଁରେ ଗୋଚର ଜମିରେ ମନ୍ଦୀର ନିର୍ମାଣକୁ କେନ୍ଦ୍ରକରି ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ କେତେକ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି ।

ମନ୍ଦିର ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ:12 ଗିରଫ

ପ୍ରକାଶଥାଉକି, ଗତ ୧୬ ତାରିଖ ଦିନ ଗାଁରେ ଏକ ଗୋଚର ଜମିରେ ଲକ୍ଷ୍ମୀନାରାୟଣ ମନ୍ଦିର ନିର୍ମାଣ ଚାଲୁଥିବା ବେଳେ କେତେକ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଟେକା ମାଡ ଓ ଠେଙ୍ଗାରେ ଆକ୍ରମଣ ହୋଇଥିଲା । ଏଥିରେ ଉଭୟ ଗୋଷ୍ଠୀର ୨୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ।

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ବିବାଦୀୟ ସ୍ଥାନରେ କୌଣସି ନିର୍ମାଣ କାର୍ଯ୍ୟକୁ ସମ୍ପୁର୍ଣ୍ଣ ବନ୍ଦ ରଖାଯାଇଛି । ସ୍ଥାନୀୟ ଅଞ୍ଚଳରେ ଆଜି ବି ଚାପା ଉତ୍ତେଜନା ଲାଗି ରହିଛି । ଏହି ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ଥିବା ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ମଙ୍ଗଳପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.