ETV Bharat / state

ଭାଙ୍ଗିବ ରୂପେଶ ଭଦ୍ରଙ୍କ ରଙ୍ଗଶାଳା

author img

By

Published : Oct 24, 2019, 5:24 PM IST

ସ୍ମିତାରାଣୀ ପ୍ରାଣ ହରାଇଥିବା ଗେଷ୍ଟହାଉସରେ ଚଢିବ ବୁଲଡୋଜର । ଗେଷ୍ଟ ହାଉସକୁ ଭାଙ୍ଗିବା ପାଇଁ ପ୍ରଶାସନ ନିଷ୍ପତି ନେଇଛି ।

ଭାଙ୍ଗିବ ରୂପେଶ ଭଦ୍ରଙ୍କ ରଙ୍ଗଶାଳା

ଯାଜପୁର: ଭଙ୍ଗା ହେବ ରଙ୍ଗଶାଳା । ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ ଉପରେ ଚଢ଼ିବ ବୁଲଡୋଜର । ସରକାରୀ ଜମିରେ ନିର୍ମିତ ଏହି ଗେଷ୍ଟ ହାଉସକୁ ଭାଙ୍ଗିବା ପାଇଁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ।

ଭାଙ୍ଗିବ ରୂପେଶ ଭଦ୍ରଙ୍କ ରଙ୍ଗଶାଳା

ଗତ ୧୬ ତାରିଖରେ ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତଦେହ ଗେଷ୍ଟ ହାଉସରୁ ଉଦ୍ଧାର ପରେ ଚର୍ଚ୍ଚାର ପରିସର ଆସିଥିବା ଏହି ଗେଷ୍ଟ ହାଉସ । ଯାହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ବେଶ୍‌ ସରଗରମ ହୋଇଛି । ଏହା ଏକ ହତ୍ୟାକାଣ୍ଡ ଓ ସରକାରୀ ଜମିରେ ଏହି ଗେଷ୍ଟ ହାଉସ ନିର୍ମିତ ହୋଇଥିବା ଅଭିଯୋଗ କରି ବିରୋଧୀ ଦଳ ରାଜରାସ୍ତାକୁ ଓହ୍ଲାଇ ହୋହାଲ୍ଲା କରିଥିଲେ ।

ବିରୋଧିଙ୍କ ହଙ୍ଗାମା ପରେ ପ୍ରଶାସନ ପକ୍ଷରୁ ଗେଷ୍ଟ ହାଉସକୁ ନେଇ ତଦନ୍ତ କରାଯାଇଥିଲା । ଏନେଇ ଧର୍ମଶାଳା ତହସିଲଦାର ତଦନ୍ତ ସମ୍ପର୍କିତ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବା ପରେ ଏହାକୁ ଉଚ୍ଛେଦ ପାଇଁ ନିଷ୍ପତି ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:
ଆଙ୍କର
ଭଂଗା ହେବ ରଂଗଶାଳା । ରୁପେଶ ଭଦ୍ରଙ୍କ ଗେଷ୍ଟ ହାଉସ ଉପରେ ଚଢ଼ିବ ବୁଲଡୋଜର । ସରକାରୀ ଜମିରେ ନିର୍ମିତ ଏହି ଗେଷ୍ଟ ହାଉସ କୁ ସଂପୁର୍ଣ୍ଣ ଉଚ୍ଚେଦ ପାଇଁ ନିଷ୍ପତି ନେଇଛି ଜିଲା ପ୍ରଶାସନ । ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଯାଜପୁର ଜିଲାପାଳ ରଂଜନ କୁମାର ଦାସ । ଗତ ୧୬ ତାରିଖରେ ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ପିଇଓ ସ୍ମିତାରାଣି ବରାଳଙ୍କ ମୃତ ଦେହ ଏହି ଗେଷ୍ଟ ହାଉସରୁ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ରାଜ୍ୟ ରାଜନିତି ସରଗରମ ହୋଇଛି । ଏହା ଏକ ହତ୍ୟାକାଣ୍ଡ ଓ ସରକାରୀ ଜମିରେ ଏହି ଗେଷ୍ଟ ହାଉସ ନିର୍ମିତ ହୋଇଥିବା ଅଭିଯୋଗ କରି ବିରୋଧୀ ଦଳ ରାଜରାସ୍ତାକୁ ଓହ୍ଲାଇଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା ଧର୍ମଶାଳା ତହସିଲ ପ୍ରଶାସନ ଏ ନେଇ ଏକ ରିପୋର୍ଟକୁ ଜିଲାପାଳଙ୍କୁ ପ୍ରଦାନ କରିବା ପରେ ଏହାକୁ ଉଚ୍ଛେଦ ପାଇଁ ନିଷ୍ପତି ନିଆଯାଇଛି ।
ବାଇଟ୍‌:ରଂଜନ କୁମାର ଦାସ,ଯାଜପୁର ଜିଲାପାଳ
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.