ଯାଜପୁର: ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ । ଯାଜପୁର ଗରିଆପୁର ପ୍ରାଥମିକ ସ୍କୁଲ ନିକଟରୁ ମହିଳାଙ୍କ ବେକରୁ ସୁନାଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।
ପୁଷ୍ପାରାଣୀ ତାଙ୍କ ଝିଆରୀଙ୍କ ସହିତ ମାର୍କେଟିଂ କରିବାକୁ ଆସିଥିବା ସମୟରେ ଗରିଆପୁର ନିକଟରେ ଲୁଟ୍ର ଶିକାର ହୋଇଥିଲେ । ଦୁର୍ବୁତ୍ତମାନେ ବାଇକରେ ଆସି ପଛପଟୁ ତାଙ୍କ ବେକରୁ ସୁନା ଚେନ ଲୁଟିନେଇ ଫେରାର ହୋଇଯାଇଥିଲେ ।
ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ଲୁଟେରା ମାନଙ୍କର କୌଣସି ପତ୍ତା ମିଳିନାହଁ । ଘଟଣା ସମ୍ପର୍କରେ ପୁଷ୍ପାରାଣୀ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ