ETV Bharat / state

ଅଳିଆ ଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

author img

By

Published : Oct 2, 2019, 12:31 PM IST

ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ ଅନ୍ତର୍ଗତ ମଧୁବନ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଅଳିଆଗଦାରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ପୁଣି ଅଲୋଡା ହେଲା ଶିଶୁକନ୍ୟା । ଅଳିଆ ଗଦାରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ ଅନ୍ତର୍ଗତ ମଧୁବନ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଅଳିଆଗଦାରୁ ଏହି ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ ସୁଇପର ଶିଶୁକନ୍ୟାଟିକୁ ଉଦ୍ଧାର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ମୁତାବକ, ଆଜି ସକାଳେ ସୁଇପର ଜଣକ ଅଳିଆ ସଫା କରୁଥିବା ସମୟରେ ଅଳିଆ ଗଦାରେ ଶିଶୁକନ୍ୟାଟି ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ତୁରନ୍ତ ଶିଶୁକନ୍ୟାକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଯାଇଥିଲେ । ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାକୁ ଯାଜପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଯାଇଛି ।

ସେପଟେ ଶିଶୁ ମଙ୍ଗଳ ଅଧିକାରୀର ସଦସ୍ୟ ସୁବାସ ଚନ୍ଦ୍ର ଦେବତା ଖବର ପାଇ ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ଡାକ୍ତରଖାନା ପହଞ୍ଚିଛନ୍ତି । ଏହା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାକୁ କଟକ ଶିଶୁ ଭବନକୁ ସ୍ଥାନାନ୍ତରଣ କରିବାର ବ୍ୟବସ୍ଥା କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Date_02/10/19
ନବଜାତ ଶିଶୁକନ୍ୟା ଉଦ୍ଧାର
ଯାଜପୁର -ଯାଜପୁର ଜିଲ୍ଲାର ରସଲପୁର ବ୍ଳକ ଅଧିନସ୍ଥ ମଧୁବନ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଅଳିଆଗଦା ରୁ ଆଜି ସକାଳ ସମୟରେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରିଛି ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସୁଇପର। ସକାଳ ସମୟରେ ସୁଇପର ଜଣକ ଅଳିଆ ସଫା କରୁଥିବା ସମୟରେ ଅଳିଆ କୁଣ୍ଡରେ ଶିଶୁକନ୍ୟାଟି ପଡ଼ିଥିବାର ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଙ୍କୁ ଜଣାଇଥିଲେ ।ଡାକ୍ତର ସଙ୍ଗେ ସଙ୍ଗେ ଶିଶୁଟିକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଶିଶୁଟିର ଅବସ୍ଥା ଗୁରୁତ୍ତର ଥିବାରୁ ତାକୁ ଅଧିକ ଚିକିତ୍ସା ପାଇଁ ଯାଜପୁର ମେଡ଼ିକାଲ କୁ102 ଆମ୍ବୁଲାନସ ଯୋଗେ ପଠାଇଛନ୍ତି । ଶିଶୁ ସୁରକ୍ଷା ଅଧିକାରୀ ଖବର ପାଇ ମେଡ଼ିକାଲରେ ଶିଶୁର ଅବସ୍ଥା ଡାକ୍ତରଙ୍କୁ ପଚାରି ବୁଝିଛନ୍ତି ତତ୍ ସହିତ ଶିଶୁ ମଙ୍ଗଳ ଅଧିକାରୀର ସଦସ୍ୟ ସୁବାସ ଚନ୍ଦ୍ର ଦେବତା ଖବର ପାଇ ମେଡ଼ିକାଲରେ ପହଞ୍ଚି ଶିଶୁଟିର ସ୍ୱସ୍ଥ୍ୟ ଅବସ୍ଥା ବୁଝିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କଟକ ଶିଶୁ ଭବନକୁ ସ୍ଥାନାନ୍ତରୀତ କରିଛନ୍ତି । ତେବେ ଶିଶୁଟିର ଅବସ୍ଥା ଗୁରୁତ୍ତର ଥିବା ଶିଶୁ ଡାକ୍ତର କହିଛନ୍ତି।
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.