ଯାଜପୁର: ଦଶରଥପୁର ବ୍ଲକ ଦତପୁର ପଞ୍ଚାୟତରେ ବେଆଇନ ନିର୍ମାଣକୁ ଖୁବଶୀଘ୍ର ଉଚ୍ଛେଦ କରାଯିବ । ଏନେଇ ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ରାଜସ୍ବ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ।
ସରକାରୀ ଜମିକୁ ଜବରଦଖଲ କରି ସେଠାରେ ବେଆଇନ ଭାବେ ଦୋକାନ ଘର ଗୁଡିକ ନିର୍ମାଣ ହୋଇଥିବା ଜଣାପଡିଛି । ଏ ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ କରିବାକୁ ଦଶରଥପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ସରିବା ପରେ ଜବରଦଖଲ ମୁକ୍ତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ