ଯାଜପୁର: ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଭରତପୁର ପଞ୍ଚାୟତ ପଣସୁଧା ବଜାରରେ ଅଗ୍ନିକାଣ୍ଡ । ଜଳିଗଲା ଦୁଇଟି ପୋଲିସ ଭ୍ୟାନ ସହ ଚାରୋଟି ଦୋକାନ । ୩୦ରୁ ଊର୍ଦ୍ଧ୍ଵ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଆଉ ଏହି ଘଟଣାକୁ ନେଇ ପୋଲିସ ମଧ୍ୟ ପହଞ୍ଚିଥିଲା । ଏ ନେଇ ଉତ୍ତେଜିତ ଲୋକ ନିଆଁ ଲଗାଇଥିବା କହିଛନ୍ତି ଏସପି ରାହୁଲ ପି ଆର ।
ବାଲିଚନ୍ଦ୍ରପୁର ଥାନା ପଣସୁଧା ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । ଏ ନେଇ ପୋଲିସ୍ ଗାଡି ପୋଡିଦେଇଛନ୍ତି ଉତ୍ତେଜିତ ଲୋକେ । ପରିସ୍ଥିତି ନିୟନ୍ତ୍ରଣ ପାଇଁ 1ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା ଓ କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ