ETV Bharat / state

କୋରୋନା ମୁକାବିଲା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ଆର୍ଥିକ ସହଯୋଗ

ମହାମାରୀ କୋରୋନା ମୁକାବିଲା ପାଇଁ ସେଲିବ୍ରିଟି, ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ସହଯୋଗର ହାତ ବଢାଇଥିବା ବେଳେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ମଧ୍ୟ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ଆର୍ଥିକ ସହଯୋଗ କରାଯାଇଛି । ଅଧିକ ପଢନ୍ତୁ...

Financial support to the District Magistrate for the corona
କୋରୋନା ମୁକାବିଲ ପାଇଁ ଜିଲ୍ଲାପାଳଙ୍କୁ ଆର୍ଥିକ ସହଯୋଗ
author img

By

Published : Mar 29, 2020, 3:06 PM IST

ଯାଜପୁର: ସାରା ଦେଶକୁ ଘାରିଛି କୋରୋନା ଚିନ୍ତା । କ୍ରମାଗତ ଭାବରେ ଦେଶରେ କୋରୋନାଙ୍କ ସନ୍ଦିଗ୍ଧଙ୍କ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ଏହି ମହାମାରୀ କୋରୋନାର ମୁକାବିଲା ପାଇଁ ସେଲିବ୍ରିଟି, ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ସହଯୋଗର ହାତ ବଢାଇଛନ୍ତି । ତେବେ ଏନେଇ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଆର୍ଥିକ ସହଯୋଗ କରାଯାଇଛି ।

କୋରୋନା ମୁକାବିଲ ପାଇଁ ଜିଲ୍ଲାପାଳଙ୍କୁ ଆର୍ଥିକ ସହଯୋଗ

ରବିବାର ପଣସା ସରପଞ୍ଚ ମୋନାଲିସା ପତି ନିଜର ବର୍ଷକର ଦରମା ପ୍ରଦାନ କରିଥିବା ବେଳେ ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ ରବି ଶତପଥି ନିଜର ପେନସନ ଅର୍ଥରୁ ୫ ହଜାର ଟଙ୍କା ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେହିଭଳି ମାଳଆନନ୍ଦପୁର ପଞ୍ଚାୟତର ମୂଳାପାଳ ସ୍ଥିତ ଲିଙ୍ଗେଶ୍ୱର ଉନ୍ନୟନ କମିଟି ପକ୍ଷରୁ କୋରୋନା ମୁକାବିଲ ପାଇଁ ଜିଲ୍ଲାପାଳଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥ ଜିଲ୍ଲାର କୋରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ । ଏହି ବଦାନ୍ୟ ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯିବା ସହିତ ଅନ୍ୟ ମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.