ETV Bharat / state

ଜମାକାରୀଙ୍କ ଅର୍ଥ ଲୁଟି ନେଲା ‘ପ୍ୟାନ୍‌କାର୍ଡ କ୍ଲବ’ - ଟଙ୍କା ଜମାକରି ଠକାମୀର ଶୀକାର

‘ପ୍ୟାନ୍‌କାର୍ଡ କ୍ଲବ’ ନାମକ ସଂସ୍ଥାରେ ଶତାଧିକ ଗରିବ ଲୋକ ଜଣେ ଶିକ୍ଷକଙ୍କ ଦ୍ବାରା ଲକ୍ଷାଧିକ ଟଙ୍କା ଜମା କରି ଠକାମୀର ଶୀକାର ହୋଇଛନ୍ତି । ଏହି ସଂସ୍ଥାରେ 5ଶହରୁ ଊର୍ଦ୍ଧ୍ୱ ଜମାକରୀ 25 ଲକ୍ଷରୁ ଅଧିକ ଟଙ୍କା ଜମା କରିଛନ୍ତି।

financial-offence-by-pan-card-club-in-jajpur-district
ଫଟୋ ସୌଜନ୍ୟ: ସମ୍ବାଦଦାତା,ଯାଜପୁର
author img

By

Published : Dec 17, 2019, 7:32 PM IST

ଯାଜପୁର: ଜମାକାରୀଙ୍କ ଅର୍ଥ ଲୁଟିନେଲା ‘ପ୍ୟାନ୍‌କାର୍ଡ କ୍ଲବ’। ଏଭଳି ଅର୍ଥନୈତିକ ଅପରାଧ ଘଟଣା ଘଟିଛି ଯାଜପୁର ଜିଲ୍ଲାର। ଶତାଧିକ ଗରିବ ଲୋକ ଜଣେ ଶିକ୍ଷକଙ୍କ ଦ୍ବାରା ପ୍ୟାନ୍‌କାର୍ଡ ନାମକ ସଂସ୍ଥାରେ ଲକ୍ଷାଧିକ ଟଙ୍କା ଜମାକରି ଠକାମୀର ଶୀକାର ହୋଇଛନ୍ତି।

ଜିଲ୍ଲାର ରସୁଲପୁର ବ୍ଲକ୍ ଅନ୍ତର୍ଗତ କଲଣ ଓ ଶୁଳିଆ ଅଞ୍ଚଳର ଶିକ୍ଷକ ଧିରେନ୍ଦ୍ର ସାହୁଙ୍କ ଜରିଆରେ ‘ପ୍ୟାନ୍‌କାର୍ଡ କ୍ଲବ’ ସଂସ୍ଥାରେ ପ୍ରାୟ 5ଶହରୁ ଊର୍ଦ୍ଧ୍ବ ଲୋକ ପ୍ରାୟ 25 ଲକ୍ଷ ଟଙ୍କାରୁ ଅଧିକ ଜମା ରଖିଥିବା ଜମାକାରୀ ଜଣାଇଛନ୍ତି। କିଏ ଜମି ବିକ୍ରି କରି ତ କିଏ ସୁନାଗହଣା ବିକ୍ରିକରି, ଆଉ କିଏ ପୁଣି ତା’ର ଝିଅ ବାହାଘର କରିବାକୁ ରଖିଥିବା ଟଙ୍କାକୁ ଅଧିକ କରିବା ଆଶାରେ ଏହି ସଂସ୍ଥାରେ ଟଙ୍କା ଜମା କରିଛନ୍ତି। ଅର୍ଦ୍ଧାଧିକ ଲୋକଙ୍କ ଜମା ଟଙ୍କାର ରସିଦ ମିଳିନଥିବା ବେଳେ ଯେଉଁମାନେ ରସିଦ ବା ବଣ୍ଡ ପାଇଛନ୍ତି ସେମାନେ ମଧ୍ୟ ତାଙ୍କ ଟଙ୍କା ଫେରି ପାଇନାହାଁନ୍ତି।

ପ୍ୟାନ୍ କାର୍ଡ କ୍ଲବ ନାମକ ସଂସ୍ଥା ମାଧ୍ୟମରେ ଅର୍ଥ ହରିଲୁଟ

ଯେଉଁଥିପାଇଁ ଜମାକାରୀ ସମ୍ପୃକ୍ତ ଶିକ୍ଷକଙ୍କ କାର୍ଯ୍ୟକଳାପ ଉପରେ ସନ୍ଦିହାନ ହୋଇପଡିଛନ୍ତି। ସେମାନଙ୍କ ଜମାଟଙ୍କା ଫେରସ୍ତ ପାଇଁ ବାରମ୍ବାର ସମ୍ପୃକ୍ତ ଶିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ସେ ଏଥିରେ କର୍ଣ୍ଣପାତ କରୁନାହାଁନ୍ତି। ଏଥିପାଇଁ ଜମାକାରୀ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ସେମାନେ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ସେପଟେ ଆମେ ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କ୍ୟାମେରା ଆଗକୁ ଆସୁନାହାଁନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-pan_card_club_cheating
format-avb
reporter-Gyanaranjan ojha
place-jajpur
date-17.12.19
anchor--ଆଉ ଏକ ଅର୍ଥନୈତିକ ଅପରାଧ ଘଟଣା ଏବେ ନଜରକୁ ଆସିଛି । ଯାହା ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ କଲଣ ଅଞ୍ଚଳରେ । କଲଣ-ଶୁଳିଆ ଦୁଇଟି ପଞ୍ଚାୟତର ଶତାଧିକ ଗରିବ ଲୋକ ସ୍ଥାନୀୟ ଅଞ୍ଚଳର ଶିକ୍ଷକଙ୍କ ଦ୍ବାରା ପ୍ୟାନ୍ କାର୍ଡ କ୍ଲବ୍ ସଂସ୍ତାରେ ଟଙ୍କା ଜମିକରି ଠକାମୀର ଶୀକାର ହୋଇଛନ୍ତି । ଗାଁ ସ୍କୁଲର ଧିରେନ୍ଦ୍ର ସାହୁ ନାମକ ଜଣେ ଶିକ୍ଷକଙ୍କ ଜରିଆରେ ପ୍ରାୟ 5ଶହରୁ ଉର୍ଦ୍ଧ ଲୋକଙ୍କର 25ଲକ୍ଷରୁ ଉର୍ଦ୍ଧ ଟଙ୍କା ଜମା ରଖିଥିବା ଜମାକାରୀ ମାନେ ଅଭିଯୋଗ କରିଛନ୍ତି । କିଏ ଜମି ବିକ୍ରି କରି ତ କିଏ ସୁନାଗହଣା ବିକ୍ରିକରି, ଆଉ କିଏ ପୁଣି ତାର ଝିଅ ବାହାଘର କରିବାକୁ ରଖିଥିବା ଟଙ୍କାକୁ ଅଧିକ କରିବା ଆଶାରେ ଏହି ସଂସ୍ଥାରେ ଟଙ୍କା ଜମା ରଖିଥିଲେ । ତେବେ ଅର୍ଦ୍ଧାଧିକ ଲୋକଙ୍କ ଜମାଟଙ୍କାର ରସିଦ୍ ମିଳିନଥିବା ବେଳେ ଯେଉଁମାନେ ରସିଦ୍ ବା ବଣ୍ଡ ପାଇଛନ୍ତି ସେମାନେ ମଧ୍ୟ ତାଙ୍କ ଟଙ୍କା ଫେରି ପାଉନାହାନ୍ତି । ଯେଉଁଥି ପାଇଁ ଜମାକାରୀ ମାନେ ସମ୍ପୃକ୍ତ ଶିକ୍ଷକଙ୍କ କାର୍ଯ୍ୟକଳାପ ଉପରେ ସନ୍ଦିହାନ ହୋଇପଡିଛନ୍ତି । ସେମାନଙ୍କ ଟଙ୍କା ଫେରସ୍ତ ପାଇଁ ବାରମ୍ବାର ସମ୍ପୃକ୍ତ ଶିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ସେ ଏଥିରେ ମୁଣ୍ଡକାନ ହଲାଉନାହାନ୍ତି । ସେଥିପାଇଁ ସେମାନେ ଏବେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି । ସେମାନେ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିବା ଜଣାପଡିଛି । ସେପଟେ ଆମେ ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କ୍ୟାମେରା ଆଗକୁ ଆସୁନାହାନ୍ତି ।
bite-01--ବାବାଜୀ ବାରିକ୍, ଜମାକାରୀ
bite-02--ପରିକ୍ଷିତ ସାହୁ, ଜମାକାରୀ
bite-03--ଗୀତାଞ୍ଜଳୀ ଖୁଣ୍ଟିଆ, ଜମାକାରୀ
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.