ETV Bharat / state

ଟଙ୍କା ପାଇଁ ଝିଅକୁ ବିକିଦେଲା ବାପା, ଜେଜେଙ୍କ ଅଭିଯୋଗ ପରେ ଉଦ୍ଧାର କଲା ପୋଲିସ - ଶିଶୁ ବିକ୍ରି ଅଭିଯୋଗ

ଉଦ୍ଧାର ଆଣିଥିବା ଟଙ୍କା ନସୁଝି ପାରିବାରୁ ନିଜ ଜନ୍ମିତ ଝିଅକୁ ବିକି ଦେଲା ବାପା । ଜେଜେଙ୍କ ଅଭିଯୋଗ ପରେ ଶିଶୁକନ୍ୟାକୁ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ...

ଟଙ୍କା ପାଇଁ ଝିଅକୁ ବିକିଦେଲା ବାପା, ଜେଜେଙ୍କର ଅଭିଯୋଗ ପରେ ଉଦ୍ଧାର କଲା ପୋଲିସ

author img

By

Published : Jun 13, 2021, 10:08 PM IST

ଯାଜପୁର: ଯାଜପୁରରେ ଶିଶୁ ବିକ୍ରିର ଅଭାବନୀୟ ଅଭିଯୋଗ । ନାତୁଣୀକୁ ପୁଅ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ଜେଜେ । ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ସାମନାକୁ ଆସିଛି । ଅଭିଯୋଗ ପାଇବା ପରେ ସ୍ଥାନୀୟ ପୋଲିସ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିବାରେ ସକ୍ଷମ ମଧ୍ୟ ହୋଇଛି ।

ଟଙ୍କା ପାଇଁ ଝିଅକୁ ବିକିଦେଲା ବାପା, ଜେଜେଙ୍କର ଅଭିଯୋଗ ପରେ ଉଦ୍ଧାର କଲା ପୋଲିସ

ଅଭିଯୋଗ ମୁତାବକ ବିଞ୍ଝାରପୁର ଥାନା ପନ୍ତେପୁର ମଲିଆ ଗାଁର ରମେଶ ବାରିକଙ୍କ ଅଢ଼େଇ ବର୍ଷର ଶିଶୁ କନ୍ୟାକୁ ବିଞ୍ଝାରପୁର ଅଞ୍ଚଳରେ ବିକ୍ରି ହୋଇଥିବା ଅଭିଯୋଗ କରିଛନ୍ତି ଶିଶୁକନ୍ୟାର ଜେଜେ ରବିନ୍ଦ୍ର ବାରିକ । ପୁଅ ରମେଶ ୫ ହଜାର ଟଙ୍କା ଧାର ଆଣି ଦେଇ ନ ପାରିବାରୁ ନିଜ ଝିଅକୁ ବିକ୍ରି କରି ଦେଇଥିବା ଅଭିଯୋଗ କରିଛନ୍ତି ଶିଶୁକନ୍ୟାର ଜେଜେବାପା ।

ପୋଲିସ ଅଭିଯୋଗ ପାଇବା ପରେ ଗତକାଲି ବିଳମ୍ବିତ ରାତ୍ରିରେ ଚଢ଼ାଉ କରି ବିଞ୍ଝାରପୁର ସଏଦପୁର ଅଞ୍ଚଳର ଲିଟୁ ଜେନାଙ୍କ ଘରୁ ଶିଶୁ କନ୍ୟାକୁ ଉଦ୍ଧାର କରିଛି । ଆଜି ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ଶିଶୁ କନ୍ୟାକୁ ଆଣି ଶିଶୁ ମଙ୍ଗଳ ସମିତିରେ ହାଜର କରିଥିବା ସୂଚନା ରହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.