ଯାଜପୁର: ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ବାପା ଏବଂ ପୁଅ ଭାସିଯାଇ ନିଖୋଜ ହେବା ଘଟଣା। ଗଙ୍ଗାଧରପୁର ନିକଟରୁ ଉଦ୍ଧାର ହେଲା ବାପା ଓ ପୁଅର ମୃତଦେହ। ଗତକାଲି ବରୀ ବ୍ଲକ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର ବ୍ରାହ୍ମଣୀ ନଦୀରେ ଭାସିଯାଇଥିଲେ ବାପ ପୁଅ ।
ବାପା କିଶୋର ସିଂ ପାଟକୁ ଗାଈ ଆଣିବାକୁ ଯାଇଥିବା ବେଳେ ନଦୀରେ ଭାସିଯାଇଥିଲେ। ଏହା ଦେଖି ପୁଅ କୈଳାସ ସିଂ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀକୁ ଡେଇଁ ପଡ଼ିଥିଲେ। ମୃତକ ବାପା ଓ ପୁଅ ହେଲେ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗ୍ରାମର। ଆଜି ଗଙ୍ଗାଧରପୁର ଗ୍ରାମ ନିକଟ ଏକ ବୁଦା ମୂଳେ ଦୁହିଁଙ୍କ ମୃତ ଦେହ ଭାଶୁଥିବା ଦେଖି ପରିବାର ଲୋକେ ଓ ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ