ଯାଜପୁର: କୋରୋନା ସଂକ୍ରମଣ ଯୋଗୁଁ ଦେଶରେ ଲକଡାଉନ । ଏହି ଲକଡାଉନ ଫଳରେ ଯଦି କେହି ବେଶି କ୍ଷତିଗ୍ରସ୍ତ ହେଇଛନ୍ତି ସିଏ ହେଉଛନ୍ତି ଚାଷୀ । ଅନେକ ଚାଷୀ ବିଲରୁ ଅମଳ କରି ନପାରି ନଥିବା ବେଳେ ଅନେକ ଚାଷୀଙ୍କ ଏକର ଏକର ଜମିରେ ପରିବା ଶୁଖି ଗଲାଣି । ଯାହା ଫଳରେ ହଜାର ହଜାର ଟଙ୍କା କ୍ଷତି ସହିବାକୁ ପଡିଛି। ତେବେ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଶୁକ୍ରବାରଠାରୁ ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ଲକଡାଉନ ନିୟମକୁ କୋହଳ କରିବା ସହିତ କିଛି ସମସ୍ୟାରେ ନପଡିବା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି।
ତେବେ ଏ କଥା ଶୁଣିଲା ପରେ ଯାଜପୁରର ବିଭିନ୍ନ ନଦୀକୂଳିଆ ଅଞ୍ଚଳ ଯଥା ରସୁଲପୁର, ବରୀ, ଧର୍ମଶାଳା, କୋରେଇ ଆଦି ଅଞ୍ଚଳର ଚାଷୀ ଶନିବାର ଠାରୁ ଚାଷ ଆରମ୍ଭ କରିବା ସହିତ ତାଙ୍କ ମନରେ ଏବେ ଖୁସି ଭରି ଯାଇଛି। ତେବେ ଚାଷୀମାନେ ଶୁକ୍ରବାର ନିଜ ନିଜ ବିଲରେ ଟ୍ରାକ୍ଟର ସାହାଯ୍ୟରେ ହଳ କରିବା ସହ ନଦୀରୁ ପାଣି ଉଠାଇ ଚାଷ କାମ ଆରମ୍ଭ କରିଛନ୍ତି।
ଚାଷୀମାନେ ସରକାରଙ୍କୁ ଧନ୍ୟବାଦ ଦେବା ସହ ଉତ୍ତମ ସାର ଆଉ ବିହନ ଯୋଗାଇଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ଲକଡାଉନ କୋହଳ ହେବା ପରେ ଚାଷୀ ଚାଷ କାମ ଆରମ୍ଭ କରି କେତେ ଖୁସି ଅଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ