ETV Bharat / state

ଫନି ମୁକାବିଲା ପାଇଁ ଯାଜପୁରରେ ଜାରି ରହିଛି ପ୍ରସ୍ତୁତି - strom

ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା 'ଫନି' । ମୁକାବିଲା ନେଇ ସଜାଗ ଜିଲ୍ଲା ପ୍ରଶାସନ । ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ଅଛନ୍ତି 2ଟି ଏନଡିଆରଏଫ ଏବଂ ଗୋଟିଏ ଓଡ୍ରାଫ ଟିମ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : May 2, 2019, 1:55 PM IST

ଯାଜପୁର: ଓଡିଶା ମୁହାଁ ‘ଫନି’ । ପୁରୀ ଠାରୁ 420 କିମି ଦୂରରେ ଅଛି ସାମୁଦ୍ରିକ ବାତ୍ୟା 'ଫନି' । ଏହାର ମୁକାବିଲା କରିବା ନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ରହିଛି ପ୍ରସ୍ତୁତି । ପ୍ରଶାସନ ଠାରୁ ଆରମ୍ଭ କରି ଓଡ୍ରାଫ ଏବଂ ଏନଡିଆରଏଫ ଟିମ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ତେବେ ଜିଲ୍ଲାର ଆଂଶିକ ଅଞ୍ଚଳକୁ ଏହା କ୍ଷତିଗ୍ରସ୍ତ କରିବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଯାଜପୁର

ବିଶେଷକରି ଦାସରଥିପୁର, ବିଞ୍ଝାରପୁର, ବରୀ ଆଦି 3ଟି ବ୍ଲକର ତଳିଆ ଅଞ୍ଚଳ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ସେହିପରି ଜିଲ୍ଲାର କୋରେଇ ବଡଚଣା, ରସଲପୁର ଆଦି ନଦୀକୂଳ ଅଞ୍ଚଳର ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ ସୂଚନା ଦିଆଯାଇଛି । ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଦ୍ଧାର କରି ଥଇଥାନ ନିମନ୍ତେ 29 ଗୋଟି ବାତ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି ।

ଏହାସହ ନଦୀରୁ ଉଦ୍ଧାର ପାଇଁ 38 ଗୋଟି ବୋଟକୁ ସଜାଗ ରଖାଯାଇଛି । ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାପାଇଁ 2ଟି ଏନଡିଆରଏଫ ଏବଂ ଗୋଟିଏ ଓଡ୍ରାଫ ଟିମକୁ ସଜାଗ ରଖାଯାଇଛି । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଛୁଟି ବାତିଲ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.