ETV Bharat / state

ନକଲି ନୋଟ ଚୋରା କାରବାର ରାକେଟ୍ ଠାବ, 6 ଗିରଫ

author img

By

Published : Feb 12, 2020, 4:55 PM IST

Updated : Feb 12, 2020, 7:25 PM IST

fake note gang arreseted
ଫାଇଲ ଫଟୋ

16:44 February 12

ନକଲି ନୋଟ ଚୋରା କାରବାର ରାକେଟ୍ର ପର୍ଦ୍ଦାଫାଶ, 6 ଗିରଫ

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଯାଜପୁର ରୋଡ ପୋଲିସ ଦ୍ବାରା ଏକ ନକଲି ନୋଟ କାରବାରର ରାକେଟ୍ ଠାବ କରାଯାଇଛି । ଏହି ରାକେଟର 6ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ପାଖରୁ ଏକ କଲର ପ୍ରିଣ୍ଟର, ଦୁଇଟି ବାଇକ୍ ଓ ତିନୋଟି ମୋବାଇଲ୍ ଫୋନ୍ ସହିତ 4ଲକ୍ଷ 77ହଜାର ଟଙ୍କା ଜବତ କରିଛି ପୋଲିସ । ଏଥିରେ ଶହେ ଟଙ୍କିଆ ନୋଟ ଠାରୁ ଆରମ୍ଭ କରି ଦୁଇ ହଜାର ଟଙ୍କିଆ ଜାଲ ନୋଟ ଥିବା ଦେଖିବାକୁ ମିଳିଛି।

ଅଭିଯୁକ୍ତ ହେଲେ ମଙ୍ଗଳପୁର ଥାନା ସଞ୍ଚିଣା ଗାଁର ଚନ୍ଦନ ବଳ, ଦାନଗଦୀ ବ୍ଲକ ବେଣାପୁର ଗାଁର ବିପିନ ସେଠୀ, ମାନପୁର ଅଞ୍ଚଳର ମନୋଜ ଦାସ, ଦାନଗଦୀ ବ୍ଲକର ଧପଙ୍ଖୀ ତପନ ଜେନା, ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ମାୟାଧର ପାତ୍ର ଓ ଅଜୟ ସାହୁ ବୋଲି ଜଣାପଡିଛି । ଏ ସମ୍ପର୍କରେ ଯାଜପୁର ଏସପି ଚରଣ ସିଂ ମୀନା, ଯାଜପୁର ରୋଡ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ।

ଏହି ରାକେଟ କେତେ ପର୍ଯ୍ୟନ୍ତ ଲମ୍ବିଛି ଏବଂ ନକଲି ନୋଟ୍ କେତେ ପରିମାଣର ଓ କେଉଁ କେଉଁ ସ୍ଥାନକୁ ବ୍ୟାପିଛି ସେ ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ଏସପି କହିଛନ୍ତି । ଏହି ଟଙ୍କା କେଉଁଠାରେ ଛପା ଯାଉଥିଲା ସେ ସମ୍ପର୍କରେ ପୋଲିସ ଗୋପନ ରଖିଛି । ଆଗାମୀ ଦିନରେ ଅଧିକ ତଦନ୍ତ କରାଯାଇ ସବିଶେଷ ତଥ୍ୟ ଜଣାଇଦିଆଯିବ ବୋଲି ଏସପି କହିଛନ୍ତି । 

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ 

Last Updated : Feb 12, 2020, 7:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.