ETV Bharat / state

ଆଲୋକୀକରଣ ନାଁରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ

ରାସ୍ତାରେ ଆଲୋକୀକରଣ ନାମରେ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କୋରେଇ ବ୍ଲକ ସାଦକପୁର ପଞ୍ଚାୟତରୁ । ମିଥ୍ୟା ବିଲ୍ କରି ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jun 28, 2019, 10:40 AM IST

Updated : Jun 28, 2019, 1:23 PM IST

ଯାଜପୁର: ଜିଲ୍ଲା କୋରେଇ ବ୍ଲକ ସାଦକପୁର ପଞ୍ଚାୟତର ରାସ୍ତା ଆଲୋକୀକରଣରେ ବ୍ୟାପକ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ। ପଞ୍ଚାୟତର ରାସ୍ତାଘାଟ ଓ ବଜାର ଅଞ୍ଚଳରେ ଆଲୋକୀକରଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏଥିପାଇଁ କେବଳ କାଁ ଭାଁ ସ୍ଥାନରେ ମାତ୍ର ୨ଲକ୍ଷରୁ କମ ଟଙ୍କାର ଲାଇଟ ଲଗାଯାଇ 8 ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଏନେଇ କେତେକ ଗ୍ରାମବାସୀ ଓ ୱାର୍ଡମେମ୍ବର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ ଏହାର ଖୋଳତାଡ଼ ଆରମ୍ଭ ହୋଇଛି । ସ୍ଥାନୀୟ ବିଡ଼ିଓଙ୍କ କହିବା କଥା ଏହାର ତଦନ୍ତ କରାଯାଇ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ରାସ୍ତା ଆଲୋକୀକରଣରେ ବ୍ୟାପକ ଦୁର୍ନୀତି । ମିଥ୍ୟା ବିଲ୍ କରି ଅର୍ଥ ହଡ଼ପ ଅଭିଯୋଗ । ପଞ୍ଚାୟରେ ମାତ୍ର ୨ଲକ୍ଷ ଟଙ୍କାର ଲାଇଟ ଲଗାଯାଇ 8ଲକ୍ଷ ଟଙ୍କାର ବିଲ କରି ଟଙ୍କା ଉଠାଯାଇଥିବା ବେଳେ ସେହି ୨ଲକ୍ଷର କାମ ହୋଇଛି ନା ନାହିଁ ତାହା ବି ସନ୍ଦେହ । ନିର୍ଦ୍ଦିଷ୍ଟ ଭାବେ ଯେଉଁ କମ୍ପାନୀ ଠାରୁ ଲାଇଟ କ୍ରୟ କରିବା କଥା ତାହା ମଧ୍ୟ ହୋଇନାହିଁ । ବଡ଼କଥା ହେଲା ଏଥିପାଇଁ ଗ୍ରାମସଭା ବା ପଲ୍ଲୀସଭା ମଧ୍ୟ କରାଯାଇନଥିବା ବେଳେ ଦୁର୍ନୀତିରେ ସରପଞ୍ଚ ଓ ଭିଏଲଡବ୍ଲୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏ ଘଟଣାକୁ ନେଇ ସାଦକପୁର ଗ୍ରାମପଞ୍ଚାୟତର କେତେକ ୱାର୍ଡମେମ୍ବର ଓ ଗ୍ରାମବାସୀ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ପରେ ପ୍ରଶାସନିକ ଯନ୍ତ୍ରୀ ଅଧିକାରୀଙ୍କ ଦ୍ବାରା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ବ୍ଲକ ପ୍ରଶାସନ ତତ୍ତ୍ବାବଧାନରେ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ବାରା ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏନେଇ ଆମେ ଭେଟିଥିଲୁ ସମ୍ପୃକ୍ତ କୋରେଇ ବ୍ଲକ ଭାରପ୍ରାପ୍ତ ବିଡ଼ିଓଙ୍କୁ । ବିଡ଼ିଓଙ୍କ କହିବା କଥା ତଦନ୍ତ ଜାରି ରହିଛି । ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସାଦକପୁର ଗ୍ରାମପଞ୍ଚାୟତରେ କେବଳ ରାସ୍ତା ଆଲୋକ ନୁହେଁ, ରାସ୍ତାଘାଟ, ପାନୀୟ ଜଳ ଓ ପରିମଳ ଆଦି ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ନଜର ରଖିବାକୁ ସ୍ଥାନୀୟ ଲୋକ ଦାବି ଜଣାଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

qq

Conclusion:
Last Updated : Jun 28, 2019, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.