ETV Bharat / state

ବୋହୂକୁ ନିର୍ଯାତନା ଘଟଣା: ଗାଁ ଦାଣ୍ଡରେ ଶ୍ବଶୁର ଘର ପରିବାରକୁ ବାନ୍ଧି ବୁଲାଇଲେ ଗ୍ରାମବାସୀ

ପୁଣି ଯୌତୁକ ନିର୍ଯାତନା । ପୋଲିସ ପୂର୍ବରୁ କଙ୍ଗାରୁ କୋର୍ଟରେ ଫଇସଲା । ହାତ ବାନ୍ଧି ଶାଶୁ, ଶଶୁର ଓ ଦିଅରକୁ ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Nov 21, 2019, 5:46 PM IST

ଯାଜପୁର: ପୁଣିଥରେ ଯାଜପୁର ଜିଲ୍ଲାରେ କଙ୍ଗାରୁ କୋର୍ଟ । ଏଥର କିନ୍ତୁ ବୋହୁକୁ ମରଣାନ୍ତକ ଆକ୍ରମଣ କରିବା ପରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଦିଅର, ଶଶୁର ଏବଂ ଶାଶୁ । ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ତେଜପୁର ଗ୍ରାମରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବୋହୁକୁ ତାର ସ୍ୱାମୀର ଅନୁପସ୍ଥିତିରେ ଆକ୍ରମଣ କରିବା ପରେ ଗ୍ରାମବାସୀ ମାନେ ଗାଁ ଦାଣ୍ଡରେ ଏହି ତିନିଜଣଙ୍କୁ ବାନ୍ଧି ଚଳାଇ ଚଳାଇ ବୁଲାଇଥିଲେ । ପରେ ଖବର ପାଇ ପୋଲିସ ପହଞ୍ଚି ବୋହୁ ସରୋଜିନୀ ସ୍ବାଇଁଙ୍କୁ ମେଡିକାଲ ପଠାଇବା ସହ ଦିଅର, ଶଶୁର ଏବଂ ଶାଶୁକୁ ଗିରଫ କରିଛି ଓ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ଦଫା ମଧ୍ୟ ଲଗାଇଛି । ଘଟଣାରୁ ଜଣାପଡ଼ିଛି ଯେ, ଉକ୍ତ ଗ୍ରାମର କାଳନ୍ଦୀ ସ୍ବାଇଁଙ୍କ ବଡ ପୁଅ ଯଇରାମ ଏବଂ ବୋହୁ ସରୋଜିନୀ ଘର ଛାଡ଼ି ଅନ୍ୟତ୍ର ରହୁଥିଲେ ଫଳରେ ପାଣିକୋଇଲି ଛକରେ ବ୍ୟବସାୟ କରୁଥିବା ଯଇରାମ ବେପାରକୁ ଚାଲିଯିବା ପରେ ବୋହୁ ସରୋଜିନୀଙ୍କୁ ଦିଅର ଓ ଅନ୍ୟମାନେ ସର୍ବଦା ନିର୍ଯ୍ୟାତନା ଦେଉଥିଲେ।

ଏ ନେଇ ଗତ 18 ତାରିଖରେ ପାଣିକୋଇଲି ଥାନାରେ ଉଭୟ ପକ୍ଷ ମାମଲା ରୁଜୁ କରିଥିଲେ । ତେବେ ସରୋଜିନୀଙ୍କ ମାମଲାଟି ଯୌତୁକ ଜନିତ ହୋଇଥିବାରୁ ଅନ୍ୟପକ୍ଷ ଉତ୍ତେଜିତ ହୋଇପଡିଥିଲେ । ଫଳରେ ଗତକାଲି ଅପରାହ୍ନରେ ଯଇରାମ ବେପାରକୁ ବାହାରି ଯିବା ପରେ ଦିଅର ଓ ଅନ୍ୟମାନେ ସରୋଜିନୀଙ୍କୁ ଠେଙ୍ଗାରେ ପିଟି ରାସ୍ତା ଉପରେ ପକାଇ ଦେଇଥିଲେ ଏବଂ ତାଙ୍କ ପାଖରେ ଦିଅର ମହେନ୍ଦ୍ର ସ୍ୱାଇଁ ଠେଙ୍ଗା ଧରି ଜଗିରହିଥିଲା ଫଳରେ ଗ୍ରାମବାସୀ ଜଣକ ପରେ ଜଣଙ୍କୁ ରସିରେ ବାନ୍ଧି ଗାଁ ଦାଣ୍ଡରେ ଚଲାଇ ଚଲାଇ ନେଇଥିଲେ । ତେବେ ଏ ସମ୍ପର୍କରେ ପୋଲିସ କିଛି କହିବାକୁ ମନା କରିଦେଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug-- କଙ୍ଗାରୁ କୋର୍ଟ।
ରିପୋର୍ଟ- ଜ୍ଞାନରଞ୍ଜନ ଓଝା ଯାଜପୁର
ପୁଣିଥରେ ଯାଜପୁର ଜିଲ୍ଲାରେ କଙ୍ଗାରୁ କୋର୍ଟ। ଏଥର କିନ୍ତୁ ବୋହୁକୁ ମରଣାନ୍ତକ ଆକ୍ରମଣ କରିବା ପରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତ ଦିଅର, ଶ୍ୱଶୁର ଏବଂ ଶାଶୁ। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ତେଜପୁର ଗ୍ରାମରେ। ବୋହୁକୁ ତାର ସ୍ୱାମୀର ଅନୁପସ୍ଥିତିରେ ଆକ୍ରମଣ ପରେ ଗ୍ରାମବାସୀ ମାନେ ଗାଁ ଦାଣ୍ଡରେ ଏହି ତିନିଜଣଙ୍କୁ ରସିରେ ବାନ୍ଧି ଚଳାଇ ଚଳାଇ ବୁଲାଇଥିଲେ। ପରେ ଖବର ପାଇ ପୋଲିସ ପହଞ୍ଚି ବୋହୁ ସରୋଜିନୀ ସ୍ବାଇଁଙ୍କୁ ମେଡିକାଲ ପଠାଇବା ସହ ଦିଅର, ଶ୍ୱଶୁର ଏବଂ ଶାଶୁ ଙ୍କୁ ଗିରଫ କରିଛି। ଏବଂ ଏମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ଦଫା ମଧ୍ୟ ଲଗାଇଛି। ଘଟଣାରୁ ଜଣାପଡ଼ିଛି ଯେ, ଉକ୍ତ ଗ୍ରାମର କାଳନ୍ଦୀ ସ୍ବାଇଁଙ୍କ ବଡ ପୁଅ ଯଇରାମ ଏବଂ ବୋହୁ ସରୋଜିନୀ ଘର ଛାଡ଼ି ଅନ୍ୟତ୍ର ରହୁଥିଲେ। ଫଳରେ ପାଣିକୋଇଲି ଛକରେ ବ୍ୟବସାୟ କରୁଥିବା ଯଇରାମ ବେପାରକୁ ଚାଲିଯିବା ପରେ ବୋହୁ ସରୋଜିନୀ ଙ୍କୁ ଦିଅର ଓ ଅନ୍ୟମାନେ ସର୍ବଦା ନିର୍ଯ୍ୟାତନା ଦେଉଥିଲେ। ଏ ନେଇ ଗତ 18 ତାରିଖରେ ପାଣିକୋଇଲି ଥାନାରେ ଉଭୟ ପକ୍ଷ ମାମଲା ରୁଜୁ କରିଥିଲେ।ତେବେ ସରୋଜିନୀ ଙ୍କ ମାମଲା ଟି ଯୌତୁକ ଜନିତ ହୋଇଥିବାରୁ ଅନ୍ୟ ପକ୍ଷ ଉତ୍ତେଜିତ ହୋଇପଡିଥିଲେ। ଫଳରେ ଗତକାଲି ଅପରାହ୍ନରେ ଯଇରାମ ବେପାରକୁ ବାହାରି ଯିବା ପରେ ଦିଅର ଓ ଅନ୍ୟମାନେ ସରୋଜିନୀ ଙ୍କୁ ଠେଙ୍ଗାରେ ପିଟି ରାସ୍ତା ଉପରେ ପକାଇଦେଇଥିଲେ ଏବଂ ତାଙ୍କ ପାଖରେ ଦିଅର ମହେନ୍ଦ୍ର ସ୍ୱାଇଁ ଠେଙ୍ଗା ଧରି ଜଗିରହିଥିଲା।ଫଳରେ ଗ୍ରାମବାସୀ ଜଣକ ପରେ ଜଣଙ୍କୁ ରସିରେ ବାନ୍ଧି ଗାଁ ଦାଣ୍ଡରେ ଚଳାଇ ଚଳାଇ ନେଇଥିଲେ। ତେବେ ଏ ସମ୍ପର୍କରେ ପୋଲିସ କିଛି କହିବାକୁ ମନା କରିଦେଇଛି।Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.