ଯାଜପୁର: ଜିଲ୍ଲାର କୋରେଇ ବ୍ଳକସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣର ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଅନଲାଇନ ପରୀକ୍ଷାକୁ ବିରୋଧ କରି ଶୁକ୍ରବାର ଆନ୍ଦୋଳନ କରିଥିବାର ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ ଶିକ୍ଷା ପ୍ରଶିକ୍ଷଣର ପ୍ରଥମ ଓ ଦ୍ବିତୀୟ ବର୍ଷର ପରୀକ୍ଷା ଆସନ୍ତା ମାସ 5 ତାରିଖରେ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରଛାତ୍ରୀମାନେ ଅଫଲାଇନ ଯୋଗେ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ ଏହାକୁ ବିରୋଧ କରି ସାରା ରାଜ୍ୟରେ ଥିବା ସମସ୍ତ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରରେ ପାଖାପାଖି ୧୩ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି।
ଛାତ୍ରଛାତ୍ରୀଙ୍କ କହିବାନୁଯାୟୀ ଯେହେତୁ ପ୍ରତ୍ୟେକ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରରେ ପଢ଼ୁଥିବା ଛାତ୍ରଛାତ୍ରୀ ଦୂରଦୂରାନ୍ତରୁ ଆସୁଛନ୍ତି ଏଣୁ କୋଭିଡ୍ ସଂକ୍ରମଣର ଭୟ ରହୁଛି । ଏହା ଛଡା ଛାତ୍ରଛାତ୍ରୀଙ୍କ ରହିବାର କୌଣସି ସୁବିଧା ନାହିଁ। ତେଣୁ ଅଫଲାଇନ ଯୋଗେ ପରୀକ୍ଷା ଦେବା ସେମାନଙ୍କ ପକ୍ଷେ ସମ୍ଭବପର ନୁହେଁ। ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀ ଅନଲାଇନ ଯୋଗେ ପରୀକ୍ଷା ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରି ସମସ୍ତ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଆଗରେ ଧାରଣା ଦେଇଥିବାର ସୂଚନା ମିଳିଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ