ETV Bharat / state

ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି - ଯାଜପୁର ବାତ୍ୟା ୟସକୁ ନେଇ ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ କରାଯାଇଛି । ଅଧିକ ପଢନ୍ତୁ...

ସମ୍ଭାବ୍ୟ ବାତ୍ୟା ୟସକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

author img

By

Published : May 21, 2021, 10:37 PM IST

ଯାଜପୁର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଉପକୂଳବର୍ତ୍ତି ଜିଲ୍ଲା ଗୁଡିକୁ ସଜାଗ କରାଯାଇଛି । ପ୍ରତ୍ୟେକ ଜିଲ୍ଲାକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ କରାଯାଇଛି ।

ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ପ୍ରତ୍ୟେକ ଲାଇନ ବିଭାଗ ଗୁଡିକୁ ସଜାଗ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି । ବାତ୍ୟା ଆସିବା ପୂର୍ବରୁ ମାଇକ୍ ଯୋଗେ ପ୍ରଚାର କରାଯିବ । ବିଭିନ୍ନ ସ୍ଥାନରେ କଣ୍ଟ୍ରୋଲ ରୁମ ଖୋଲାଯିବ । ଲୋକଙ୍କୁ ତଳିଆ ଅଞ୍ଚଳରୁ କିପରି ଉଦ୍ଧାର କାର୍ଯ୍ୟ କରାଯିବ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି । ଏହି ସମୟରେ କୋଭିଡ ଗାଇଡ ଲାଇନକୁ ମାନି ଉଦ୍ଧାର କାର୍ଯ୍ୟ କରାଯିବ । ସରକାରୀ ଅନୁଷ୍ଠାନ ଓ ସ୍କୁଲ ଗୁଡିକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ ।

ସେହିପରି ବାତ୍ୟା ଛାଡିବା ପରେ ମଧ୍ୟ ଥଇଥାନ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ରାସ୍ତା ସଫା କରିବା ପାଇଁ ମେସିନ ମହଜୁଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ନେଇ ଭୟଭିତ ନହେବାକୁ ପରାମର୍ଶ ଦିଆଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ଅଗ୍ନିଶମ ବାହନିକୁ ସଜାଗ କରାଯାଇଛି । ବିଦ୍ୟୁତ୍ ଓ ଟେଲିକମ ବିଭାଗର ଅଧିକାରୀ ମାନଙ୍କୁ ଏଥିପାଇଁ ଆଲର୍ଟ କରାଯାଇଛି ବୋଲି ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ମଲ୍ଲିକ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.