ETV Bharat / state

କୋରୋନା ଯୋଦ୍ଧା ସଂକ୍ରମିତ ପରେ ଯାଜପୁରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

author img

By

Published : Sep 12, 2020, 2:40 PM IST

Updated : Sep 12, 2020, 3:06 PM IST

ଯାଜପୁର ରୋଡ ଡାକ୍ତରଖାନାରେ ୪ ଜଣ କୋରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ଫଳରେ ବର୍ତ୍ତମାନ ରୋଗୀ ସେବାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି । ଫଳରେ ଅନ୍ୟ ରୋଗୀ ଏବେ ଚିକିତ୍ସା ନ ପାଇଁ ମୃତ୍ୟୁବରଣ କରିଛନ୍ତି । ଅଧିକ ପଢନ୍ତୁ.. .

କୋରେନା ଯୋଦ୍ଧା ସଂକ୍ରମିତ ପରେ ଯାଜପୁରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ଯାଜପୁର: କୋରୋନା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟ ବ୍ୟବସ୍ଥା । ସଂକ୍ରମଣ ଭୟରେ ଅନେକ ନୀରିହ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଗତକାଲି ଯାଜପୁରରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାଜପୁର ବ୍ୟାସନଗର ପୌର ପରିଷଦରେ ଡାକ୍ତରଖାନାରେ ରୋଗୀ ସେବା ବନ୍ଦ ଥିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି ।

ଯାଜପୁର ରୋଡ ଡାକ୍ତରଖାନାରେ ୪ ଜଣ କୋରୋନା ଯୋଦ୍ଧା ସଂକ୍ରମିତ ହେବା ପରେ ରୋଗୀ ଦେଖିବା ସମ୍ପୂର୍ଣ୍ଣ ବନ୍ଦ ଅଛି । ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀଙ୍କୁ ବାହାରୁ ବିଦା କରି ଦିଆଯାଉଛି । ଏପରି ସ୍ଥିତିରେ ଜଣେ ରୋଗୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ ମାତ୍ର ଡାକ୍ତରଖାନା ବନ୍ଦ ହେତୁ ତାଙ୍କର ମୃତ୍ୟୁ ଘଟିଥିଲା।

କୋରୋନା ଯୋଦ୍ଧା ସଂକ୍ରମିତ ପରେ ଯାଜପୁରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ଯାଜପୁରରେ ଜିଲ୍ଲାରେ ଏବେ ସଂକ୍ରମଣ ମାଡି ଚାଲିଛି । ସବୁଠାରେ ଅସ୍ତବ୍ୟସ୍ତ ଜନ-ଜୀବନ । ଏହାର ସର୍ବାଧିକ ପ୍ରଭାବ ବ୍ୟାସନଗର ପୌରପରିଷଦରେ ଦେଖିବାକୁ ମିଳିଛି । କିଛି ଦିନ ହେବ ପୌରପରିଷଦ କାର୍ଯ୍ୟାଳୟ, ତହସିଲ ଅଫିସ ଠୁ ଆରମ୍ଭ କରି ଡାକ୍ତରଖାନାରେ କୋରୋନା ଚିହ୍ନଟ ପରେ ସବୁ କିଛିକୁ ବନ୍ଦ କରାଯାଇଛି। ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Sep 12, 2020, 3:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.