ଯାଜପୁର: ଜିଲ୍ଲା ଗସ୍ତରେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏହି ଅବସରରେ ଜିଲ୍ଲାରେ ମହାମାରୀ କୋରୋନାର ମୁକାବିଲା ନେଇ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ରବିବାର ପୋଲିସ ଡିଜି ଯାଜପୁର ପାଣିକୋଇଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜାରି ହୋଇଥିବା ସଟଡାଉନ ଓ ଲକଡାଉନର ସମୀକ୍ଷା କରିଥିଲେ । ଏଥିସହ ପୋଲିସ ହେଲ୍ପ ଲାଇନ ୧୦୦ କାର୍ଯ୍ୟକ୍ଷମ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ଜିଲ୍ଲାର କୁଆଖିଆ ଥାନା ପରିଦର୍ଶନ କରିଥିଲେ। ଏହି ସମୟରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ, ଯାଜପୁର ଏସପି ଚରଣ ସିଂ ମୀନା ଉପସ୍ଥିତ ଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ