ETV Bharat / state

ମହାଶିବରାତ୍ରୀ: ଚଳଚଞ୍ଚଳ ଶୈବପୀଠ, ବିନା କଟକଣାରେ ଜାଗର ଜାଳିବେ ଭକ୍ତ - ଚଳଚଞ୍ଚଳ ଯାଜପୁର ଜିଲ୍ଲାର ସମସ୍ତ ଶୈବପୀଠ

ମହାଶିବରାତ୍ରୀ ଅବସରରେ ଯାଜପୁର ଜିଲ୍ଲାର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ବିଶେଷ କରି ମହାବିନାୟକ ମନ୍ଦିରରେ ଅଧିକସଂଖ୍ୟକ ଭକ୍ତଙ୍କ ଭିଡ ଜମୁଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ

ଯାଜପୁର ମହାବିନାୟକ ମନ୍ଦିରରେ ମହାଶିବରାତ୍ରୀ
ଯାଜପୁର ମହାବିନାୟକ ମନ୍ଦିରରେ ମହାଶିବରାତ୍ରୀ
author img

By

Published : Feb 18, 2023, 4:37 PM IST

ଯାଜପୁର ମହାବିନାୟକ ମନ୍ଦିରରେ ମହାଶିବରାତ୍ରୀ

ଯାଜପୁର: ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ଏଥିପାଇଁ ସବୁ ଶୈବ ପୀଠରେ ଭକ୍ତଙ୍କ ଖଚାଖଚ୍‌ ଭିଡ ଜମିଛି । ଯାଜପୁର ଜିଲ୍ଲାର ବିଶେଷ ଭାବରେ ମହାବିନାୟକ ମନ୍ଦିରରେ ଅଧିକସଂଖ୍ୟକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ରାତିରେ ମହାଦୀପ ଉଠିବା ସମୟରେ ଏହି ମହାଦୀପ ଦର୍ଶନ କରିବାକୁ ଆହୁରି ଅଧିକା ଭିଡ଼ ଜମିବା ଅନୁମାନ କରାଯାଉଛି । ତେବେ ଜିଲ୍ଲାର ବିଭିନ୍ନ ମନ୍ଦିରରେ ଏଭଳି ସଂଖ୍ୟାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ବିଶେଷ ଭାବରେ କୋରୋନା ପାଇଁ ବିଗତ ଦୁଇ ବର୍ଷ ହେବ ଯାକ ଯମକରେ ପାଳନ ହେଉନଥିଲା ମହାଶିବରାତ୍ରୀ ବା ଜାଗର । ଚଳିତ ବର୍ଷ ଏହି ପୂଜା ଉପରେ କୌଣସି କଟକଣା ନଥିବାରୁ ସବୁ ଶୈବ ପୀଠରେ ଭକ୍ତଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ତେବେ ଯାଜପୁର ଜିଲ୍ଲାର ମହାବିନାୟକ ମନ୍ଦିରରେ ଜାଗର ଅବସରରେ ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ପରମ୍ପରା ଅନୁସାରେ ପ୍ରଥମତଃ ଏହି ପୀଠରେ ଗଣେଷ, ନାରାୟଣ, ଶିବ, ଅମ୍ବିକା ଓ ସୂର୍ଯ୍ୟ ଦେବତା ଆଦି ପଞ୍ଚଦେବତା ଗୋଟିଏ ସ୍ଥାନରେ ପୂଜା ପାଇଥାନ୍ତି । ଏହି ପଞ୍ଚଦେବତାଙ୍କ ମଧ୍ଯରେ କୌଣସି ଭେଦ ଥିବା ଅନୁଭବ ନକରି ଅଗଣିତ ଶ୍ରଦ୍ଧାଳୁ ଭକ୍ତିର ସହ ପୂଜା କରିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ମହାଦେବଙ୍କ ମହାଶିବରାତ୍ରୀ: ଜାଗରରେ ଜାଣନ୍ତୁ ପରମହଂସ ନାଥ ମନ୍ଦିରର କିଛି ରୋଚକ କଥା

ଏହି ସ୍ଥାନରେ ପ୍ରଚଳିତ ଏକ ବିଶ୍ବାସ ହେଲା ରାଜ୍ୟ ବା ଅଞ୍ଚଳକୁ କୌଣସି ବଡ ବିପତ୍ତି ଆସିଲେ, ବିପତ୍ତି ଆସିବାର ୫ ଦିନ ପୂର୍ବରୁ ପାଦୁକା କୁଣ୍ଡ ଶୁଷ୍କ ହୋଇଯାଏ । ଯେତେ କ୍ଷୀର ଢାଳିଲେ ମଧ୍ୟ ପାଦୁକା ଟୋପେ ରହେନାହିଁ । ଅର୍ଥାତ୍ ଆଗୁଆ ଏଭଳି କୌଣସି ବ୍ୟତିକ୍ରମ ଦେଖାଦେଲେ ପୂଜକ, ଅଞ୍ଚଳବାସୀ ତଥା ଭକ୍ତମାନେ ଦେଶ ବା ଅଞ୍ଚଳ ପ୍ରତି କୌଣସି ଏକ ମହାବିପତ୍ତି ଆସୁଥିବାର ଆଭାସ ଆସେ ବୋଲି ବିଶ୍ୱାସ ରହିଛି । ସେପଟେ ପ୍ରତ୍ୟେକ ମନ୍ଦିରେ ଭକ୍ତଙ୍କ ଭିଡକୁ ନଜରରେ ରଖି ଯାଜପୁର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ତେବେ ମନ୍ଦିର ଗୁଡ଼ିକରେ ଜାଗର ବ୍ରତ ନେଇ ଭକ୍ତ ମାନଙ୍କ ମନରେ କେତେ ଉତ୍ସାହ ଅଛି, ସେନେଇ ଭକ୍ତଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଯାଜପୁର ପ୍ରତିନିଧି ଜ୍ଞାନରଞ୍ଜନ ଓଝା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.