ETV Bharat / state

କାଳିଆ ଡୋରିରେ ବନ୍ଧା ଯାଜପୁରିଆ ବନ୍ଧୁ, ଦେଢଶହ କିଲୋମିଟର ଚାଲିଚାଲି ଯିବେ ଶ୍ରୀକ୍ଷେତ୍ର

୧୯୮୩ ମସିହାରୁ ଯାଜପୁର ଧନେଶ୍ୱର ଗାଁରୁ ପରମଭକ୍ତ ବନ୍ଧୁ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀର୍ଘ ୩୨ ବର୍ଷ ଧରି ଏହି ପଦଯାତ୍ରା ଚାଲି ଆସୁଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର
author img

By

Published : Jul 1, 2019, 5:26 PM IST

ଯାଜପୁର: ଆଉ ଦିନ କେଇଟା ପରେ ରଥଯାତ୍ରା । ଚକ୍ରରାଜ ସୁଦର୍ଶନଙ୍କ ସହ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବଡଦାଣ୍ଡରେ ରଥାତୁଢ ହେବେ । ଲକ୍ଷ ଲକ୍ଷ ଭକ୍ତଙ୍କୁ ରଥରେ ଦର୍ଶନ ଦେବେ ତିନି ଦିଅଁ । ଭଜନ, କୀର୍ତ୍ତନ, ସଂକୀର୍ତ୍ତନରେ ଉଛୁଳି ଉଠୁଛି ବଡଦାଣ୍ଡ । ଏହି ମହାଯାତ୍ରାରେ ସାମିଲ ହେବାକୁ ଯାଜପୁର କୋରାଇ ବ୍ଲକ ଧନେଶ୍ୱର ଗାଁରୁ ବାହାରିଛି ସଂକୀର୍ତ୍ତନ ପଦଯାତ୍ରା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

୧୯୮୩ ମସିହାରୁ ଯାଜପୁର ଧନେଶ୍ୱର ଗାଁରୁ ପରମଭକ୍ତ ବନ୍ଧୁ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀର୍ଘ ୩୨ ବର୍ଷ ଧରି ଏହି ପଦଯାତ୍ରା ଚାଲି ଆସୁଛି । ମାତ୍ର ଜଣଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ଏବେ ୪ ଶହ ଜଣ ସାମିଲ ହେଲେଣି । ଉଭୟ ବୟସ୍କ, ଯୁବକ ଓ ଭିନ୍ନକ୍ଷମଙ୍କୁ ମଧ୍ୟ ଏହି ପଦଯାତ୍ରାରେ ବାହାରିଛନ୍ତି ।

ଏବେ ବି ପ୍ରତିବର୍ଷ ଏଥିରେ ଉତ୍ସାହିତ ହୋଇ ନୂଆ ନୂଆ ଯୁବକ ସାମିଲ ହେଉଛନ୍ତି । ଖୋଳ, କରତାଳ ସହିତ ଜଗନ୍ନାଥଙ୍କ ନାମ ତୁଣ୍ଡରେ ଧରି ଆରମ୍ଭ କରିଛନ୍ତି ଦେଢ ଶହ କିଲୋମିଟରର ପଦଯାତ୍ରା । ଏତେ ବଡ ଲମ୍ବା ରାସ୍ତା ଚାଲି ଚାଲି ଅତିକ୍ରମ କରିବା କଷ୍ଟସାଧ୍ୟ ହୋଇଥିଲେ ହେଁ କେବଳ ଜଗନ୍ନାଥଙ୍କ ଡୋରିରୁ ଏହା ସମ୍ଭବପର ହୋଇଛି ବୋଲି ଜଣେ ପଦଯାତ୍ରୀ କହିଛନ୍ତି ।

ମହାପ୍ରଭୁଙ୍କ ପରମଭକ୍ତ ବନ୍ଧୁ ମହାନ୍ତିଙ୍କ ସ୍ମୃତିକୁ ଉଜ୍ଜିବିତ ରଖିବା ସହ ଜଗନ୍ନାଥଙ୍କ ଶୁଭଦୃଷ୍ଟି ନିରନ୍ତର ଯାଜପୁର ଜିଲ୍ଲାବାସୀଙ୍କ ଉପରେ ରହୁ ଏବଂ ଜିଲ୍ଲାବାସୀଙ୍କର ମଙ୍ଗଳ ହେଉ । ଏଭଳି କାମନା କରି ପାଦ ପରେ ପାଦ ପକାଇ ଆଗେଇ ଚାଲିଛନ୍ତି ପଦଯାତ୍ରୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.