ETV Bharat / state

ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ଦାବିରେ ପରିବାରର ଧାରଣା - jajpur korei police station

ଯାଜପୁର ସବଜେଲରେ ବିଚାରଧୀନ ଥିବା କଏଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଏତଲାଦେଲା ପରିବାର । ମାମଲା ପଞ୍ଜୀକରଣ ଦାବିରେ ଧାରଣାରେ ବସିଲେ ପରିବାର ସଦସ୍ୟ । ଅଧିକ ପଢନ୍ତୁ...

ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀର ମୃତ୍ୟୁ, ଜେଲ କର୍ତ୍ତୁପକ୍ଷଙ୍କ ବିରୋଧରେ ମାମଲା ଦାବିରେ ପରିବାରର ଧାରଣା

author img

By

Published : Aug 15, 2021, 8:19 PM IST

ଯାଜପୁର: ପାଟରଙ୍ଗା ଗାଁର ବିଚାରଧୀନ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାରେ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ କେସ ପଞ୍ଜୀକରଣ ଦାବିରେ କୋରେଇ ଥାନାରେ ଧାରଣା ଦେଲେ ପରିବାର । ମୃତ କଏଦୀ ଜଣଙ୍କ ନାଁ ସୁମନ୍ତ ପାତ୍ର । ସୁମନ୍ତ ଏକ ଦୁଷ୍କର୍ମ ଅଭିଯୋଗରେ ବିଚାରଧୀନ କଏଦୀ ଭାବେ ଯାଜପୁର ସବ ଜେଲର ରହିଥିଲେ ।

ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀର ମୃତ୍ୟୁ, ଜେଲ କର୍ତ୍ତୁପକ୍ଷଙ୍କ ବିରୋଧରେ ମାମଲା ଦାବିରେ ପରିବାରର ଧାରଣା

ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ତଳେ କୋରେଇ ଥାନା ପାଟରଙ୍ଗାର ଲକ୍ଷ୍ମୀଧର ପାତ୍ରଙ୍କ ପୁଅ ସୁମନ୍ତ ଏକ ଦୁଷ୍କର୍ମ ମାମଲାରେ ଗିରଫ ହେବା ସହ ଯାଜପୁର ସବଜେଲରେ ତାଙ୍କୁ କଏଦୀ ଭାବେ ରଖାଯାଇଥିଲା । ୧୦ ତାରିଖ ଦିନ ତାଙ୍କର ଦେହ ଖରାପ ହେବାରୁ ଜେଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସୁମନ୍ତର ମୃତ୍ୟୁ ହେଇଥିବା ଅଭିଯୋଗ କରି ଗତ ୧୩ ତାରିଖ ଦିନ ଯାଜପୁର ସବ ଜେଲର କର୍ତ୍ତୃପକ୍ଷଙ୍କ ନାଁରେ କୋରେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ମୃତକଙ୍କ ବାପା । ମାତ୍ର ୭୨ ଘଣ୍ଟା ବିତି ଯାଇଥିଲେ ବି କୋରେଇ ଥାନାଧିକାରୀ ଲକ୍ଷ୍ମୀଧରଙ୍କ ଏତଲାକୁ ପଞ୍ଜୀକରଣ କରିନଥିବା ଅଭିଯୋଗ କରିଛନ୍ତି ସୁମନ୍ତଙ୍କ ପରିବାର ।

ତେବେ ସୁମନ୍ତର ପରିବାର ଲୋକେ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଜି କେସ ରେଜିଷ୍ଟ୍ରେସନ ଦାବି କରିଛନ୍ତି । ମାନବାଧିକାର କର୍ମୀ ବିଶ୍ବନାଥ ପାତ୍ରଙ୍କ ନେତୃତ୍ବରେ ମୃତକଙ୍କ ପରିବାର ସହ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଆସି କୋରେଇ ଥାନା ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସେପଟେ ଥାନା ଅଧିକାରୀ ଏକ ଷ୍ଟେସନ ଡାଏରୀ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.