ETV Bharat / state

ପାଣିକୋଇଲି ଟୋଲଗେଟ୍‌ ନିକଟରୁ 2 ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Sep 3, 2021, 8:18 AM IST

ପାଣିକୋଇଲି ଟୋଲ୍‌ଗେଟ୍‌ ନିକଟରୁ ଦୁଇଟି ମୃତଦେହ ଉଦ୍ଧାର । ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ଅଧିକ ପଢନ୍ତୁ...

ଦୁଇଟି ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ
ଦୁଇଟି ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଯାଜପୁର: ଜିଲ୍ଲାରେ ଚାଞ୍ଚଲ୍ୟ । ପାଣିକୋଇଲି ଟୋଲ୍‌ଗେଟ୍‌ ସୋତି ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର । ଉଭୟଙ୍କୁ ହତ୍ୟା କରାଯାଇଥିବା ହେଉଛି ସନ୍ଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଦୁଇଟି ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ସୂଚନା ମୁତାବକ, ଆଜି ସକାଳୁ ସ୍ଥାନୀୟ ଲୋକେ କୌଣସି କାର୍ଯ୍ୟରେ ମିର୍ଜାପୁର ଆଡେ ଆସୁଥିଲେ । ସେଠାରେ ଦୁଇଟି ମୃତଦେହ ଦେଖି ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ । ତେବେ ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ମୃତଦେହ କାହାର ? କେମିତି ଏଠି ପଡ଼ିଲା ଏନେଇ ତଦନ୍ତ କରୁଛି ପୋଲିସ । ସେପଟେ ମୃତଦେହ ପଡିଥିବା କିଛି ଦୂରରେ ବାଇକ ପଡିଥିବା ଦେଖିବାକୁ ମିଳିଛି । ତେବେ ଯୁବକ ଦୁଇ ଜଣଙ୍କର ପରିଚୟ ମିଳିପାରି ନଥିବା ବେଳେ ଆନୁମାନିକ ବୟସ ୪୦ ବର୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡୁଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.