ଯାଜପୁର: ବ୍ୟାସନଗରସ୍ଥିତ ଚନ୍ଦ୍ରମା ଖେଳ ପଡ଼ିଆରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଇଷ୍ଟକୋଷ୍ଟ ରେଲ୍ୱେ ଦଳ ଚମ୍ପିଆନ ହୋଇଛି । ମହାବୀର କ୍ଲବ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଟୁର୍ଣ୍ଣାମେଣ୍ଟ । ଫାଇନାଲ ମ୍ୟାଚରେ ସୂର୍ଯ୍ୟଶିଖା ଭଦ୍ରକ ଦଳକୁ ଭେଟିଥିଲା ଇଷ୍ଟକୋଷ୍ଟ ରେଲ୍ୱେ ଦଳ ।
ଏହି ଦିବାରାତ୍ର ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ପୋଲିସ, ତ୍ରିବେଣୀ ମାଇନ୍ସ, ସୂର୍ଯ୍ୟସିଖା ଭଦ୍ରକ ଓ ଇଷ୍ଟକୋଷ୍ଟ୍ ରେଲୱେ ଭଳି ୪ଟି ଦଳ ଭାଗ ନେଇଥିଲେ । ପ୍ରଥମ ମ୍ୟାଚ ଓଡ଼ିଶା ପୋଲିସ ଓ ତ୍ରିବେଣୀ ମାଇନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ୍ ମ୍ୟାଚ୍ରେ ସୂର୍ଯ୍ୟଶିଖା ଭଦ୍ରକ ଓ ଇଷ୍ଟକୋଷ୍ଟ୍ ରେଲ୍ୱେ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ସୂର୍ଯ୍ୟଶିଖା ଭଦ୍ରକୁ ୨-୧ ସେଟ୍ରେ ହରାଇ ଚମ୍ପିଆନ ହୋଇଛି ଇଷ୍ଟକୋଷ୍ଟ ରେଲ୍ୱେ ।
ଉଦଯାପନୀ ଦିବସରେ କୋରାଇ ଥାନାଧିକାରୀ ରଞ୍ଜିତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସଅଫ୍ ଦଳକୁ ଟ୍ରଫି ଓ ନଗଦ ରାଶି ପ୍ରଦାନ କରିଥିଲେ । ଉଦଯାପନୀ ଦିବସରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ