ETV Bharat / state

ଶୁଣିଲାନି ପ୍ରଶାସନ ! ନିଜସ୍ୱ ଉଦ୍ୟମରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ - ଯାଜପୁର ଗ୍ରାମବାସୀଙ୍କ ରାସ୍ତା କାର୍ଯ୍ୟ

ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଣିକୋଇଲି ପଞ୍ଚାୟତ ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ଠାରୁ ଦାମୋଦରପୁରକୁ ଯାଇଥିବା ରାସ୍ତାଟି ଦିନେ ମରଣ ଯନ୍ତା ପାଲଟିଥିଲା । ଶେଷରେ କେହି ନଶୁଣିବାରୁ ସ୍ଥାନୀୟ ଲୋକମାନେ ନିଜସ୍ବ ଟଙ୍କାରେ ସେହି ରାସ୍ତାକୁ ମରାମତି କରିଛନ୍ତି । ଅଧିକ ପଢନ୍ତୁ

ନିଜସ୍ୱ ଉଦ୍ୟମରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

author img

By

Published : Jul 13, 2022, 10:33 PM IST

ଯାଜପୁର: ଦୀର୍ଘବର୍ଷ ହେବ ମରାମତି ହେଉନି ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଣିକୋଇଲି ପଞ୍ଚାୟତ ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ଠାରୁ ଦାମୋଦରପୁରକୁ ଯାଇଥିବା ରାସ୍ତା । ଫଳରେ, ରାସ୍ତା ସାରା ସୃଷ୍ଟି ହୋଇଛି ବଡ଼ବଡ଼ ଖାଲ । ରାସ୍ତାରେ ଗାଡି ନେବା ତ ଦୂରର କଥା ଚାଲିକି ଯିବା ବି କଷ୍ଟକର ହୋଇପଡିଛି । ପ୍ରଶାସନ ଠୁାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ, ବାରମ୍ବାର ଅଭିଯୋଗ କଲାପରେ ବି ରାସ୍ତା ମରାମତି ହେଉନି । ଏବେ ରାସ୍ତା ସଜାଡିବାକୁ ଅଣ୍ଟା ଭିଡିଡିଛନ୍ତି ଗ୍ରାମବାସୀ । ବାଧ୍ୟ ହୋଇ ନିଜସ୍ୱ ଅର୍ଥରେ ରାସ୍ତା ମରାମତି କଲେ । ଯାହାକି ପ୍ରଶାସନକୁ ଦେଇଛି ଶକ୍ତ ଚାପୁଡା ।

ନିଜସ୍ୱ ଉଦ୍ୟମରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ପାଣିକୋଇଲି ପଞ୍ଚାୟତ ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ଠାରୁ ଦାମୋଦରପୁରକୁ ଯାଇଥିବା ରାସ୍ତାଟି ଦୁଇଟି ପଞ୍ଚାୟତକୁ ସଂଯୋଗ କରୁଛି । ଏହି ରାସ୍ତା ଉପରେ ନିର୍ଭର କରି ପ୍ରତ୍ୟକ ଦିନ ହଜାର ହଜାର ଲୋକ ଯାତାୟାତ କରନ୍ତି । ସେଠାରେ କୌଣସି ଦୁର୍ଘଟଣା ଘଟିଲେ ନା ଆସୁଥିଲା ଆମ୍ବୁଲାନ୍ସ ନା ଆସୁଥିଲା ଦମକଳ ଗାଡି । ଏପରିକି ପିଲାମାନେ ମଧ୍ୟ ସ୍କୁଲ କଲେଜକୁ ପାଠ ପଢିବାକୁ ଯାଇପାରୁନଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶାସନ ଓ ରାଜନେତାଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ । ହେଲେ ଏଥିପ୍ରତି କାହାରି ଦୃଷ୍ଟି ପଡ଼ିନଥିଲା । ରାଜାନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳାକୁ ଦାୟି କରିଛନ୍ତି ଲୋକେ । ଶେଷରେ ବାଧ୍ୟହୋଇ ଲୋକେ ନିଜସ୍ୱ ଅର୍ଥରେ ରାସ୍ତା ମରାମତି କରିଛନ୍ତି । ଏଠି ସବୁଦିନିଆ ପକ୍କା ରାସ୍ତାଟିଏ ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ସେଠାକାର ବାସିନ୍ଦା ।

ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି । ରାସ୍ତାଘାଟ ଠାରୁ ଆରମ୍ଭ କରି ପାନୀୟ ଜଳ ପର୍ଯ୍ୟନ୍ତ । ଆଉ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏଠି ରାସ୍ତାର ଦୂରବସ୍ଥା ପାଇଁ ଲୋକେ ହେଉଛନ୍ତି ହିନସ୍ତା । ଫଳରେ ଲୋକଙ୍କୁ ହିଁ ନିଜସ୍ୱ ଅର୍ଥରେ ରାସ୍ତା ମରାମତି କରିବାକୁ ପଡିଲା । ତେବେ ଏ ରାସ୍ତା ଉପରେ ଦୃଷ୍ଟି ଦେଇ ସରକାର ତୁରନ୍ତ ପକ୍କା ରାସ୍ତାଟିଏ ନିର୍ମାଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ । ସେପଟେ ଭାରପ୍ରାପ୍ତ ଜିଲ୍ଲାପାଳ କହିଲେ ଖୁବଶୀଘ୍ର ରାସ୍ତା ମରାମତି କାମ ଆରମ୍ଭ ହେବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.