ETV Bharat / state

ସ୍ୱାମୀ କିଡନୀ ରୋଗରେ ସ୍ତ୍ରୀ କ୍ୟାନ୍ସର ରୋଗରେ ପୀଡିତ, ସହାୟତା ପାଇଁ ସରକାରଙ୍କୁ କୁନି ପୁଅର ନିବେଦନ

author img

By

Published : Aug 23, 2022, 4:31 PM IST

ଦିନେ ସମାଜସେବା କାର୍ଯ୍ୟରେ ନିଜକୁ ନ୍ୟସ୍ତ କରିଥିଲେ । ଆଉ ଆଜି ଅନ୍ୟର ସାହାରକୁ ଅନାଇ ବସିଛନ୍ତି । ଯାଜପୁରର ଦମ୍ପତି ଦେବୀପ୍ରସାଦ ଓ ତାଙ୍କ ସ୍ତ୍ରୀ ଇତିଶ୍ରୀ। ଉଭୟ କିଡନୀ ଓ କ୍ୟାନସର ରୋଗରେ ପିଡିତ ଥିବା ବେଳେ ସରକାରଙ୍କୁ ସହାୟତା ନିବେଦନ କରିଛନ୍ତି ତାଙ୍କ କୁନି ପୁଅ ମାତୃପ୍ରସାଦ ସାମଲ । ଅଧିକ ପଢନ୍ତୁ

ସ୍ୱାମୀ କିଡନୀ ରୋଗରେ ସ୍ତ୍ରୀ କ୍ୟାନ୍ସର ରୋଗରେ ପୀଡିତ, ସହାୟତା ପାଇଁ ସରକାରଙ୍କୁ କୁନି ପୁଅର ନିବେଦ

ଯାଜପୁର: ଯେଉଁ ଦମ୍ପତି ଦିନେ ଏଠିସେଠି ବୁଲିବୁଲି ସମାଜସେବା କରୁଥିଲେ, ଅସହାୟ ମାନଙ୍କୁ ଥଇଥାନ ପାଇଁ ଲଢେଇ କରୁଥିଲେ ସେମାନେ ଆଜି ଆଉ କାହାର ସେବାକୁ ଅନାଇ ବସିଛନ୍ତି । ଯାଜପୁର ଦାନଗଦୀ ବ୍ଲକ ଖରଡାବନ୍ଦୀ ଗାଁର ଦମ୍ପତି ଦେବୀପ୍ରସାଦ ସାମଲ ଓ ଇତିଶ୍ରୀ ସାମଲ । ଦେବୀପ୍ରସାଦ ପେଶାରେ ଜଣେ ସାମ୍ବାଦିକ ହୋଇଥିବା ବେଳେ ପତ୍ନୀ ଇତିଶ୍ରୀ ଜଣେ ପୂର୍ବତନ ସମିତିସଭ୍ୟା ଏବଂ ନାରୀନେତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । କିନ୍ତୁ ସମୟ ଏପରି ଆସିଲା ଯେ ସମାଜସେବା ଛାଡି ଏବେ ରୋଗ ଶଯ୍ୟାରେ ଦମ୍ପତି ।

ସରକାରୀ ସହାୟତା ଅପେକ୍ଷାରେ ଦମ୍ପତ୍ତି

୩ ବର୍ଷ ପୂର୍ବେ ଦେବୀପ୍ରସାଦ କିଡନୀ ରୋଗରେ ଆକ୍ରାନ୍ତ ହେବାପରେ ଏକ ବର୍ଷ ହେଲା ୨ଟି ଯାକ କିଡନୀ ହରାଇ ଚକିତ୍ସିତ ଅବସ୍ଥାରେ ରହିଛନ୍ତି । ଆଉ ଏବେ ଇତିଶ୍ରୀ ଗ୍ଲାଣ୍ଡ କ୍ୟାନ୍ସରରେ ଆକ୍ରାନ୍ତ ହୋଇଛନ୍ତି । ଉଭୟଙ୍କର ଚିକିତ୍ସା ଲାଗି ଅର୍ଥ ଅଭାବରୁ ଘରର ସମସ୍ତ ଆସବାବପତ୍ର, ଜମିବାଡ଼ି ସବୁକିଛି ବିକ୍ରି କରି ସାରିଛନ୍ତି । କିନ୍ତୁ ଅର୍ଥ ଅଭାବରୁ ଉତ୍ତମ ଚିକିତ୍ସା ନପାଇ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏହି ଦମ୍ପତି ।

ଦେବୀପ୍ରସାଦ ସାମଲ ଓ ଇତିଶ୍ରୀ ସାମଲଙ୍କ ଏପରି ଅବସ୍ଥା ପରେ ପୁଅ ମାତୃପ୍ରସାଦ ସାମଲଙ୍କ ପାଠରେ ଡୋରି ବନ୍ଧା ହେବା ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ୧୧ ବର୍ଷର ପୁଅ ମାତୃପ୍ରସାଦ, ସେ ଏବେ ଅଷ୍ଟମ ଶ୍ରେଣୀରେ ପାଠ ପଢୁ ଥିବା ବେଳେ ବାପା ମା'ଙ୍କ ଚିକିତ୍ସାକୁ ନେଇ ଚିନ୍ତାରେ ଏବେ ଭାଙ୍ଗି ପଡିଛନ୍ତି । ତେଣୁ ସହାୟତା ପାଇଁ ଏକ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଜଣାଇବା ପରେ କୌଣସି ସହାୟତା ମିଳିନଥିବା କହିଛନ୍ତି ମାତୃପ୍ରସାଦ । ଅନ୍ୟପଟେ ଏହି ଖବର ଜାଣିବା ପରେ ଅତିରିକ୍ତ ଜିଲ୍ଲାପାଳ ସରକାରୀ ସ୍ତରରେ ଯାହା ଯୋଜନା ରହିଛି ସେହି ଅନୁସାରେ ସହାୟତା ପ୍ରଦାନ କରାଯିବା ନେଇ ମତ ରଖିଛନ୍ତି ।

ଇତିଶ୍ରୀ ପଞ୍ଚାୟତରୁ ରାଜନୈତିକ ଜୀବନ ଆରମ୍ଭ କରି ନଛିପୁରା ଗ୍ରାମପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରତ୍ୟେକ୍ଷ ରାଜନୀତିରୁ ଦୂରେଇ ଯାଇ ସମାଜସେବା ପାଇଁ ମନ ବଳାଇଥିଲେ । ଏବେ ସ୍ଵାମୀ ସ୍ତ୍ରୀ ଉଭୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବାପା ମା ଓ ପୁଅ ଏବେ ପ୍ରଶାସନିକ ସାହାଯ୍ୟ ଭିକ୍ଷା କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ଏହି ପରିବାରକୁ ସହଯୋଗର ହାତ ବଢାଇବାକୁ ଇଚ୍ଛୁକ ଥାଆନ୍ତି ତେବେ ନିମ୍ନଲିଖିତ ଠିକଣା, ମୋବାଇଲ ନଂ ଏବଂ ବ୍ୟାଙ୍କ ପାସବୁକ୍ ନମ୍ବରରେ ଯୋଗାଯୋଗ କରିପାରିବେ ।

ମାର୍ଫତ୍-ଇତିଶ୍ରୀ ସାମଲ, ସା-ଖରଡାବନ୍ଦୀ, ପୋ-ନଛିପୁରା, ଥାନା-ଟମକା, ମୋବାଇଲ ନଂ-9938507394, ଓଡିଶା ଗ୍ରାମ୍ୟବ୍ୟାଙ୍କ ଏକାଉଣ୍ଟ ନଂ-406334006003273, IFSC code-IOBA0ROGB01)

ଯାଜପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.