ETV Bharat / state

ଏନସି କଲେଜରେ ଖୋଲିବ ୫୦୦ ଶଯ୍ୟା ବିଶିଷ୍ଟ କ୍ବାରେଣ୍ଟାଇନ କେନ୍ଦ୍ର

author img

By

Published : Mar 30, 2020, 2:34 PM IST

କୋରୋନାକୁ ନେଇ ବେଶ୍‌ ସଜାଗ ରହିଛନ୍ତି ଯାଜପୁର ପ୍ରଶାସନ । ପ୍ରତ୍ୟେକ ପଞ୍ଚାୟତ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କ୍ବାରେଣ୍ଟାଇନ ସେଣ୍ଟର ହୋଇଥିବାବେଳେ ଏନସି କଲେଜର ନୂତନ ବିଲ୍ଡିଂରେ ୫୦୦ ଶଯ୍ୟା ବିଶିଷ୍ଟ କ୍ବାରେଣ୍ଟାଇନ କେନ୍ଦ୍ର ନିର୍ମାଣ ଚାଲିଛି ।

ଏନସି କଲେଜରେ ନିର୍ମାଣ ଚାଲିଛି ୫୦୦ ଶଯ୍ୟା ବିଶିଷ୍ଟ କ୍ବାରେଣ୍ଟାଇନ କେନ୍ଦ୍ର

ଯାଜପୁର: ଜିଲ୍ଲାରେ କୋରୋନାର ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ବ୍ୟାସନଗର ଓ ଯାଜପୁର ଟାଉନ ସହରକୁ ସାନିଟାଇଜ କରିବା ପାଇଁ କ୍ଲୋରିନ ପାଣିରେ ପରିଷ୍କାର କରାଯାଇଛି । ଅଗ୍ନିଶମ ବାହନୀ ପକ୍ଷରୁ ଉଭୟ ସହରକୁ ପରିଷ୍କୀର କରାଯାଇଛି ।

ପ୍ରତ୍ୟେକ ପଞ୍ଚାୟତ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କ୍ବାରେଣ୍ଟାଇନ ସେଣ୍ଟର ହୋଇଥିବାବେଳେ ଏନସି କଲେଜର ନୂତନ ବିଲ୍ଡିଂରେ ୫୦୦ ଶଯ୍ୟା ବିଶିଷ୍ଟ କ୍ବାରେଣ୍ଟାଇନ କେନ୍ଦ୍ର ନିର୍ମାଣ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହୋଇଥିବା ୨୫୦ ଶଯ୍ୟା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାକି ୨୫୦ ଶଯ୍ୟା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ନିର୍ମାଣ କାର୍ଯ୍ୟକୁ ବରିଷ୍ଠ ଓଏସ ଅଧିକାରୀମାନେ ତଦାରଖ କରୁଛନ୍ତି ।

ସେହପରି ଜିଲ୍ଲାରେ କୌଣସି ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହେଲେ ସେମାନଙ୍କୁ ଯାଜପୁର ସଦର ମହକୁମା ଓ କଳିଙ୍ଗନଗର ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯିବ । ଚିକିତ୍ସା ପଇଁ ଆବଶ୍ୟକ ଅର୍ଥ ଟାଟାର ସିଏସଆର ପାଣ୍ଠିରୁ ଖର୍ଚ୍ଚ ହେବ ବୋଲି ନିଷ୍ପତି ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.