ETV Bharat / state

ସେତୁ ଉଦଘାଟନକୁ 7 ବର୍ଷ, ସଂଯୋଗୀକରଣ ରାସ୍ତାର ନାହିଁ ଖୋଜ ଖବର

author img

By

Published : Aug 9, 2020, 1:22 PM IST

ସାଧାରଣ ଜନତାଙ୍କ ସୁବିଧା ପାଇଁ ଲୋକାର୍ପିତ ହେଉଛି ମାଳ ମାଳ ସରକାରୀ ଯୋଜନା । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପାଣି ଭଳି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ବାସ୍ତବରେ ଏହି ଯୋଜନା ସବୁ କେତେ ସଫଳ, ତାହା ଖୋଲା ଆଖିରେ ନଦେଖିଲେ ହୁଏତ ବିଶ୍ବାସ କରାଯାଇନପାରେ ।

baitarani bridge, jajpur latest news, bridge connecting road in jajpur, baitarani bridge connecting road in jajpur, road problem in jajpur, ବୈତରଣୀ ସେତୁ, ଯାଜପୁର ଲାଟେଷ୍ଟ ନ୍ୟୁଜ୍‌, ଯାଜପୁର ବନ୍ଧ ସଂଯୋଗୀକରଣ ରାସ୍ତା, ଯାଜପୁରରେ ବୈତରଣୀ ସେତୁ ସଂଯୋଗୀକରଣ ରାସ୍ତା, ଯାଜପୁରରେ ରାସ୍ତା ସମସ୍ୟା
ସେତୁ ଉଦଘାଟନକୁ 7 ବର୍ଷ, ସଂଯୋଗୀକରଣ ରାସ୍ତାର ନାହିଁ ଖୋଜ ଖବର

ଯାଜପୁର: ଚାହୁଁ ଚାହୁଁ ସେତୁ ଉଦଘାଟନର ସାତ ବର୍ଷ ପୁରିବାକୁ ବସିଥିବା ବେଳେ ଏବେ ସୁଦ୍ଧା ବନ୍ଧ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇପାରିନାହିଁ । ଆଉ ଏଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାଜପୁର ଜିଲ୍ଲା କୋରେଇ ବ୍ଲକ ମଥୁରାପୁର ରାସ୍ତାର ଅବସ୍ଥା ଆଖିରେ ନଦେଖିଲେ ବିଶ୍ବାସ କରିହେବନାହିଁ । ଖରାଦିନେ ତ ଯାତାୟତ ଅସମ୍ଭବ, ଆଉ ବର୍ଷାଦିନ କଥା ପଚାରେ କିଏ । ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଖୁବଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଏ ହେଉଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ମଥୁରାପୁର ମଧ୍ୟ ଦେଇ ଯାଇଥିବା ବରୁଣ୍ଡେଇ ମୁକୁନ୍ଦପୁର ରାସ୍ତା । ରାସ୍ତା ନୁହେଁ ତ ପୁରା ମରଣଯନ୍ତା । ଏହି ରାସ୍ତା ଉପରେ ପାଖାପାଖି 3ଟି ପଞ୍ଚାୟତର 15 ହଜାରରୁ ଉର୍ଦ୍ଧ୍ବ ଲୋକ ଯିବା ଆସିବା ପାଇଁ ନିର୍ଭର କରିଥାନ୍ତି । ଏନେଇ ଯାଜପୁର ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଥିବା ବୈତରଣୀ ନଦୀ ଉପରେ 29 ଡିସେମ୍ବର 2013 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହି ବୈତରଣୀ ସେତୁର ଉଦଘାଟନ ହୋଇଥିଲା । ସେତେବେଳେ ପ୍ରୀତିରଞ୍ଜନ ଘଡାଇ ଏଠାକାର ବିଧାୟକ ଥିଲେ । ଏହାପରେ ଆକାଶଦାସ ନାୟକ ଏବଂ ବର୍ତ୍ତମାନ ଅଶୋକ ବଳ କୋରେଇର ବିଧାୟକ ଅଛନ୍ତି । ଇତି ମଧ୍ୟରେ ତିନି ତିନି ଜଣ ବିଧାୟକ ଏଠାରୁ ପ୍ରତିନିଧିତ୍ଵ କରୁଥିବା ବେଳେ ଏହି ସେତୁ ସଂଲଗ୍ନ ରାସ୍ତାଟି ଉଧେଇ ପାରୁନାହିଁ ।

ଖରାଦିନେ ଏହି ରାସ୍ତାରେ ଚାଲିକରି ଯିବା ଅସମ୍ଭବ, ଆଉ ବର୍ଷାଦିନ କଥା ପଚାରେ କିଏ ବୋଲି ଅତି କ୍ଷୋଭର ସହ ଏଠାକାର ଗ୍ରାମବାସୀମାନେ କହିଛନ୍ତି । ଯାଜପୁର-କେନ୍ଦୁଝର-ଭଦ୍ରକ ଆଦି ତିନୋଟି ଜିଲ୍ଲାର ନଦୀକୂଳିଆ ଲୋକେ ଏହା ଉପରେ ନିର୍ଭର କରନ୍ତି । ବାରମ୍ବାର ପ୍ରଶାସନ ଏବଂ ରାଜନେତାଙ୍କୁ କହିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ଏହି କଥାକୁ କର୍ଣ୍ଣପାତ କରୁନାହାନ୍ତି । ଖାଲି ମିଛ ବିଲ କରି କିଛି ମହରମ ରାସ୍ତାରେ ବିଞ୍ଚି ଦେଇ କଣ୍ଟ୍ରାକ୍ଟର ଓ ଅଫିସରଙ୍କ ଭିତରେ ମଧୁଚନ୍ଦ୍ରିକା ଚାଲିଛି ବୋଲି ଅଭିଯୋଗ ହୋଇଛି ।

ନଦୀକୂଳବର୍ତ୍ତୀ 3ଟି ଜିଲ୍ଲାର ଲାଇଫ ଲାଇନ ଭାବେ ପରିଚିତ ଏହି ରାସ୍ତାରେ ଦୈନିକ ଶହଶହ ଗାଡିମଟର ଓ ଲୋକମାନେ ଯା ଆସ କରୁଛନ୍ତି । ତେଣୁ ଯଦି ଆଗାମୀ ଦିନରେ ସରକାର ଏହି ରାସ୍ତାକୁ ପିଚୁ କିମ୍ବା କଙ୍କ୍ରିଟ ନ କରନ୍ତି, ତେବେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ । ସେପଟେ ଜିଲ୍ଲାପାଳଙ୍କ ନଜରକୁ ଏହା ଆଣିବା ପରେ ଵିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଏବେ ଦେଖିବାକୁ ବାକି ରହିଲା କେବେ ଜିଲ୍ଲାପାଳ ନିଜ ପ୍ରତିଶୃତି ରଖୁଛନ୍ତି ଓ କେବେ ବିଭାଗୀୟ ଅଧିକାରୀମାନେ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ।

ଯାଜପୁରର ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.