ଯାଜପୁର: ଦିନିକିଆ ଯାଜପୁର ଗସ୍ତରେ ଆସିଛନ୍ତି ୫T ସଚିବ ଭି.କେ ପାଣ୍ଡିଆନ l ବ୍ୟାସନଗର ପୌରାଞ୍ଚଳରେ ପହଞ୍ଚି ଆୟୋଜିତ ମିଶନ ଶକ୍ତି ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଲୋକଙ୍କ ସୁଖଦୁଃଖ ବୁଝିବା ସହ ସେମାନଙ୍କ ଅଭିଯୋଗ ଶୁଣିଥିଲେ । ସଚିବଙ୍କ ଗସ୍ତକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି l ଏହି କ୍ରମରେ କୋରେଇ ମହିଳା କଂଗ୍ରେସ କଳା ଶାଢ଼ୀ ପରିଧାନ କରି ୫T ସଚିବଙ୍କୁ ବ୍ୟାସନଗର ଅଞ୍ଚଳରେ ବିରୋଧ କରିଛି ।
ଏହା ମଧ୍ୟ ପଢ଼ନ୍ତୁ: ଯାଜପୁର ଗସ୍ତରେ 5T ସଚିବ, ଶୁଣିଲେ ଲୋକଙ୍କ ଅଭିଯୋଗ
ଏହା ମଧ୍ୟ ପଢ଼ନ୍ତୁ: 5T ସଚିବଙ୍କ ଗସ୍ତକୁ ବିରୋଧ, ନିଆଳିରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନାରାବାଜି
ଆଜି ବ୍ୟାସନଗର ସ୍ଥିତ ଚାନ୍ଦମା ଖେଳ ପଡିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ମିଶନଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ୫T ସଚିବ ଭି.କେ ପାଣ୍ଡିଆନ l ତେବେ ସଚିବଙ୍କ ଗସ୍ତକୁ କଡା ବିରୋଧ କରିଛି ମହିଳା କଂଗ୍ରେସ l ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ରିତାଶ୍ରୀ ମହାନ୍ତି, ପୂର୍ବତନ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଆରତୀ ସ୍ୱାଇଁଙ୍କ ସମେତ ଅନେକ କଂଗ୍ରେସ ମହିଳା ନେତ୍ରୀ ଏକାଠି ହୋଇ ବ୍ୟାସନଗର ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରିଥିଲେ । କଳା ଶାଢ଼ୀ ପରିଧାନ କରି ପାଣ୍ଡିଆନ ଗୋ' ବ୍ୟାକ୍ ନାରା ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: 5T ସଚିବଙ୍କ ଗଞ୍ଜାମ ଗସ୍ତ; ହେଲିକପ୍ଟରରେ ଫେରିବା ବେଳେ କଳାପତକା ପ୍ରଦର୍ଶନ ସହିତ ଅଣ୍ଡାମାଡ ! ଭିଡିଓ ଭାଇରାଲ
ଏହା ମଧ୍ୟ ପଢ଼ନ୍ତୁ: ଖୋର୍ଦ୍ଧାର ସମସ୍ତ କଲେଜ 5Tରେ ହେବ ରୂପାନ୍ତରଣ, ୬ ମାସ ମଧ୍ୟରେ ସରିବ କାମ
ଏନେଇ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା କହିଛନ୍ତି, "ରାଜ୍ୟ ସରକାର ମହିଳା ସଶକ୍ତିକରଣର ଡିଣ୍ଡିମ ପିଟୁଥିବା ବେଳେ ଜିଲ୍ଲାରେ ମହିଳା ମାନଙ୍କୁ ସେଭଳି ସଶକ୍ତି କରାଯାଇନାହିଁ । ବିଞ୍ଝାରପୁର ଅଞ୍ଚଳର ଶିଶୁ ପିହୁ ମାମଲା ଏପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ । ସରକାର କେବଳ ପ୍ରତିଶୃତି ଦେଉଛନ୍ତି ।" କଂଗ୍ରେସ ମହିଳା ମାନେ ସଚିବଙ୍କୁ ୪ଟି ପ୍ରଶ୍ନ ପଚାରିବା ଦାବିରେ ଚୋରଦା ଛକରେ ଅନେକ ସମୟ ଧରି ଆନ୍ଦୋଳନ କରିଥିଲେ l ଏଥିସହ ୫T ସଚିବଙ୍କ ସଭାସ୍ଥଳୀକୁ ଯିବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ଅଟକ ରଖିବାରୁ ଅନେକ ସମୟ ଧରି ଚୋରଦା ଛକ ରାସ୍ତାକୁ ବନ୍ଦ ରଖିଥିଲେ l ସେପଟେ ଆଇନୀ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l
ଇଟିଭି ଭାରତ, ଯାଜପୁର