ETV Bharat / state

5ଟି ସଚିବଙ୍କ ବ୍ୟାସନଗର ଗସ୍ତ ପୂର୍ବରୁ ବିରୋଧ, ଗର୍ଜିଲା କଂଗ୍ରେସ

author img

By ETV Bharat Odisha Team

Published : Aug 27, 2023, 5:38 PM IST

5ଟି ସଚିବ ବ୍ୟାସନଗର ଅଞ୍ଚଳକୁ ଆସିବାକୁ ନେଇ ପ୍ରଶ୍ନ ଉଠାଇଛି କୋରେଇ କଂଗ୍ରେସ । ସଚିବଙ୍କ ଗସ୍ତରୁ ବିରୋଧ କରାଯିବା ନେଇ ଚେତାବନୀ ଦେଲା କଂଗ୍ରେସ । ଅଧିକ ପଢନ୍ତୁ

5ଟି ସଚିବଙ୍କ ଗସ୍ତକୁ ବିରୋଧ କଲା କୋରେଇ କଂଗ୍ରେସ

5ଟି ସଚିବଙ୍କ ବ୍ୟାସନଗର ଗସ୍ତକୁ ବିରୋଧ କଲା କୋରେଇ କଂଗ୍ରେସ

ଯାଜପୁର: 5ଟି ସଚିବ ଭିକେ ପାଣ୍ତିଆନଙ୍କ ଗସ୍ତକୁ ନେଇ ସବୁଠି ବିବାଦ ଓ ବିଦ୍ରୋହ ଦେଖିବାକୁ ମିଳିଛି । ବିରୋଧୀଙ୍କ ପକ୍ଷରୁ ସବୁଠି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହାରି ମଧ୍ୟରେ ଯାଜପୁର ବ୍ୟାସନଗର ପୌର ପରିଷଦ ଗସ୍ତକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । କୋରେଇ କଂଗ୍ରେସ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀ କରାଯାଇ ସଚିବ ନିଜ ଗସ୍ତକୁ ବାତିଲ କରିବାକୁ କୁହାଯାଇଛି ।

ପ୍ରକାଶ ଯୋଗ୍ୟ ଆସନ୍ତା 29 ତାରିଖ ଓ 1 ତାରିଖରେ 5ଟି ସଚିବ ଭି.କେ ପାଣ୍ଡିଆନ ବ୍ୟାସନଗରକୁ ଆସୁଛନ୍ତି । 5ଟି ସଚିବ ପାଣ୍ଡିଆନ ମିଶନଶକ୍ତି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବାର କାର୍ଯ୍ୟକ୍ରମ ଅଛି l ତେବେ 5ଟି ସଚିବ ବ୍ୟାସନଗର ଅଞ୍ଚଳକୁ ଆସିବାକୁ ନେଇ ପ୍ରଶ୍ନ ଉଠାଇଛି କୋରେଇ କଂଗ୍ରେସ । ଏହି ପରିପକ୍ଷରେ ବ୍ୟାସନଗର କଂଗ୍ରେସ ସଭାପତି ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ୱରେ ଆଜି ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଥିଲା । ଏହି ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ଯୋଗଦେଇ ବ୍ୟାସନଗର ଓ କୋରେଇ ଅଞ୍ଚଳରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ଅଧିକ ପଢନ୍ତୁ...5T ସଚିବଙ୍କ ଗଞ୍ଜାମ ଗସ୍ତ: ଖଲ୍ଲିକୋଟ କାର୍ଯ୍ୟକ୍ରମକୁ ବିରୋଧ, କଳାପତକା ଦେଖାଇଲେ କଂଗ୍ରେସ ଓ ବିଜେପି କର୍ମୀ

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା କହିଛନ୍ତି, "ଗତ 24 ବର୍ଷର ଶାସନ କାଳରେ ବିଜେଡି ସରକାର କୋରେଇ ଓ ବ୍ୟାସନଗର ପାଇଁ କରିଛି କ‘ଣ । ଆଜି ବି ମୌଳିକ ସମସ୍ୟା ଦେଇ ଗତି କରୁଛି ଅଞ୍ଚଳ । ନା ପାନୀୟ ଜଳର ସୁବିଧା ଅଛି ନା ଶିକ୍ଷାର । ସରକାର ନାରୀ ସଶକ୍ତିକରଣର ନାରା ଦେଉଛି । ହେଲେ ନାରୀଙ୍କ ପାଇଁ କରିଛି କ’ଣ ? ମିଶିନ ଶକ୍ତି ନାଁରେ ସରକାର ଲୋକଙ୍କୁ ଭୂଆ ବିଲାଉଛନ୍ତି । 5ଟି ସଚିବ କିଏ ? ପ୍ରଶାସନିକ ଅଧିକାରୀ ହୋଇ ନିଜର ପ୍ରଚାର କରିବା କେତେ ଦୂର ଠିକ୍ । ସେ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖି ଜନତାଙ୍କ ଟଙ୍କାରେ ନିଜର ପ୍ରଚାର ପ୍ରସାର କରୁଛନ୍ତି । ରାଜ୍ୟରେ ବେକାରୀ ସମସ୍ୟା, ମହିଳାମାନଙ୍କୁ ଶସକ୍ତିକରଣ କରିବା ପାଇଁ କୌଣସି ଟ୍ରେନିଂ ସେଣ୍ଟର ନଥିବା, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ଡ୍ରେନେଜ୍‌ ଓ ନଦୀବନ୍ଧ ଭଳି ବିଭିନ୍ନ ସମସ୍ୟା ରହିଛି । ହେଲେ ମୁଖ୍ୟମନ୍ତ୍ରୀ ଏହାର ସମାଧାନ ନକରି କାହିଁକି ନିଜ ବ୍ୟକ୍ତିଗତ ସଚିବଙ୍କୁ ପଠାଉଛନ୍ତି ।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.