ETV Bharat / state

ନିର୍ବାହୀ ଅଧିକାରୀଙ୍କୁ ଉପରକୁ ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ଗିରଫ ଦାବି କଲା କଂଗ୍ରେସ

ଯାଜପୁର ବ୍ୟାସନଗର ପୌର ପରିଷଦ ଅଞ୍ଚଳରେ ଜିଓ ଟାୱାର ସ୍ଥାପନ କରିବାକୁ ନେଇ ନିର୍ବାହୀ ଅଧିକାରୀ ଓ ପୌରାଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଘଟଣା । ପୌରାଧ୍ୟକ୍ଷାଙ୍କ ବହିଷ୍କାର ଓ ଗିରଫ ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ନିର୍ବାହୀ ଅଧିକାରୀଙ୍କୁ ପୌରାଧ୍ୟକ୍ଷା ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ଗିରଫ ଦାବି କଲା କଂଗ୍ରେସ

author img

By

Published : Nov 18, 2022, 6:45 PM IST

Updated : Nov 18, 2022, 7:49 PM IST

ଯାଜପୁର: ବ୍ୟାସନଗର ପୌର ପରିଷଦ ୮ ନମ୍ବର ୱାର୍ଡରେ ଜିଓ ଟାୱାର ସ୍ଥାପନ କରିବାକୁ ନେଇ ନିର୍ବାହୀ ଅଧିକାରୀ ଓ ପୌରାଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଘଟଣା । ପୌରାଧ୍ୟକ୍ଷାଙ୍କ ବିରୋଧରେ ନିର୍ବାହୀ ଅଧିକାରୀଙ୍କ ଅଭିଯୋଗ ପରେ ଦଳାସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୌରାଧ୍ୟକ୍ଷାଙ୍କ ବହିଷ୍କାର ଓ ଗିରଫ ଦାବି କଲା କଂଗ୍ରେସ ।

ନିର୍ବାହୀ ଅଧିକାରୀଙ୍କୁ ପୌରାଧ୍ୟକ୍ଷା ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ଗିରଫ ଦାବି କଲା କଂଗ୍ରେସ

ଯାଜପୁର ବ୍ୟାସନଗର ପୌର ପରିଷଦ ୮ ନମ୍ବର ୱାର୍ଡରେ ଏକ ଜିଓ ମୋବାଇଲ ଟାୱାର ନିର୍ମାଣ ପାଇଁ ଏନଓସି ଦେବାକୁ ନେଇ ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ନିର୍ବାହୀ ଅଧିକାରୀ ଶରତ କୁମାର ରାଉତଙ୍କ ଉପରକୁ ଏକ ଫାଇଲ ଫୋପାଡ଼ିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏନେଇ ନିର୍ବାହୀ ଅଧିକାରୀ ଶରତ କୁମାର ରାଉତ ପୌରାଧ୍ୟକ୍ଷା ଅଶାଳୀନ ବ୍ୟବହାର କରିଥିବା ନେଇ ଯାଜପୁର ରୋଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣା: ପୌରାଧ୍ୟକ୍ଷାଙ୍କ ଗିରଫ ଦାବି କଲା ବିଜେପି

ତେବେ ଏହି ଘଟଣାକୁ ନେଇ ଆଜି ବ୍ୟାସନଗର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ମଲ୍ଲିକଙ୍କ ନେତୃତ୍ବରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ର ବନ୍ଦିତା ପରିଡା, ଜିଲ୍ଲା ମହିଳା ସଭାନେତ୍ରୀ ରିତାଶ୍ରୀ ମହାନ୍ତି, ରାଜ୍ୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ସଭାପତି ବିଦ୍ୟାଧର ମହାନ୍ତିଙ୍କ ସମେତ ଅନେକ ମହିଳା, ଯୁବ ଓ ବରିଷ୍ଠ କଂଗ୍ରେସ ନେତା ବ୍ୟାସନଗର ଦଳାସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କୁ ବହିଷ୍କାର ଓ ଗିରଫ ଦାବିରେ କଂଗ୍ରେସ ତରଫରୁ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଦିଆଯାଇଥିବା ସୂଚନା ମିଳିଛି l

ଇଟିଭି ଭାରତ, ଯାଜପୁର

Last Updated : Nov 18, 2022, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.