ETV Bharat / state

International Women's Day: ମହିଳା ସମିତି ପକ୍ଷରୁ ଗଣବିବାହ, ପରସ୍ପର ହାତ ଧରିଲେ ୫ ନବଦମ୍ପତି - ପାଦୁକାଆଶ୍ରମ ଜଗନ୍ନାଥ ମନ୍ଦିର

ଯାଜପୁରରେ ନିଆରା ଢଙ୍ଗରେ ପାଳିତ ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଉକ୍ତ ଅଞ୍ଚଳର ଏକ ମହିଳା ସମିତି ଗଣ ବିବାହ ଆୟୋଜନ କରିଥିବା ବେଳେ ୫ ବରକନ୍ୟା ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଧିକ ପଢନ୍ତୁ

Community Wedding
Community Wedding
author img

By

Published : Mar 9, 2023, 10:09 PM IST

ପରସ୍ପର ହାତ ଧରିଲେ ୫ ନବଦମ୍ପତି

ଯାଜପୁର: ଜିଲ୍ଲାର ବ୍ୟାସନଗର ସ୍ଥିତ ପାଦୁକାଆଶ୍ରମ ଜଗନ୍ନାଥ ମନ୍ଦିରରେ ନିଆରା ଢଙ୍ଗରେ ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ମନ୍ଦିର ପରିସରରେ ଗଣବିବାହର ଆୟୋଜନ କରିଛି ନବଉତ୍କଳ ମହିଳା ସମିତି । ବିନା ଜାନି ଯୌତୁକରେ ବୈଦିକ ରିତିନୀତିରେ ଗୋଟିଏ ବିବାହ ବେଦୀରେ ସମ୍ପନ୍ନ ହୋଇଛି ୫ଗୋଟି ଯୋଡ଼ି ଵର କନିଆର ବିବାହ । ହିନ୍ଦୁ ଧର୍ମର ରୀତି ନୀତି ଅନୁଯାୟୀ ବାହାଘର ସାଙ୍ଗକୁ ଭୋଜିଭାତର ଆୟୋଜନ ହୋଇଥିବା ବେଳେ ଅନେକ ଲୋକ ଏହି ବିବାହ ଉତ୍ସବରେ ସାମିଲ ହୋଇଛନ୍ତି ।

ଦାରିଦ୍ରତା କାରଣରୁ ନିଜ ପୁଅଝିଅଙ୍କୁ ବିବାହ କରିପାରୁନଥିବା ୫ଗୋଟି ପରିବାରର ୫ ଦମ୍ପତିଙ୍କୁ ବିବାହ ସୂତ୍ରରେ ବାନ୍ଧିଛି ଏହି ମହିଳା ସଂଗଠନ । ବିବାହ ଉତ୍ସବରେ ବରକନ୍ୟାମାନେ ପରସ୍ପରକୁ ବରଣମାଳା ଦେଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉତ୍ସବରେ ସାମିଲ ହୋଇଛନ୍ତି ଶତାଧିକ ମହିଳା, ଶିକ୍ଷାବିତ ଓ ସାହିତ୍ୟିକ । ତେବେ ଅନେକ ସମୟରେ ଅର୍ଥାଭାବ ଓ ଅନଟନର ଚାପରେ ପରିବାର ପାଇଁ ଝିଅଟିଏ ବୋଝ ହୋଇ ରହିଯାଏ । ବାପା ମାଆଙ୍କ ପକ୍ଷରେ ବରପାତ୍ରଟିଏ ଖୋଜି ତାର ବିବାହ କରିବା ସମ୍ଭବ ହୋଇନଥାଏ । ଏଭଳି ପରିବାରଙ୍କ ପାଇଁ ସହଯୋଗର ହାତ ବଢାଇ ଚାରିଆଡ଼େ ପ୍ରଶଂସାର ପାତ୍ର ହୋଇଛି ଏକ ସଂଗଠନ ।

ଏହା ବି ପଢନ୍ତୁ- ମାର୍ଚ୍ଚ ୨୬ରୁ ଭୁବନେଶ୍ୱରରୁ ସିଧାସଳଖ ନର୍ଥ ଗୋଆକୁ ଉଡିବ ବିମାନ

ବିଶ୍ବ ମହିଳା ଦିବସ ପାଳନ ଅବସରରେ ଯାଜପୁର ବ୍ୟାସନଗରର ସ୍ଥାନୀୟ ପାଦୁକା ଆଶ୍ରମ ପରିସରରେ ନବଉତ୍କଳ ମହିଳା ସଂଗଠନର ସମ୍ପାଦକ ଜୟନ୍ତୀ ଜେନା ଆୟୋଜନ କରିଥିଲେ ଏଭଳି ଏକ ଗଣବିବାହ କାର୍ଯ୍ୟକ୍ରମ । ସେପଟେ ବିବାହ କରି ମହିଳା ସଂଗଠନକୁ ଧନ୍ୟବାଦ ଦେବା ସହିତ ଖୁସିବ୍ୟକ୍ତ କରିଛନ୍ତି ନବବିବାହିତ ଵର । ଜିଲ୍ଲାର ସୁକିନ୍ଦା, ମୁଣ୍ଡମାଳ, ଖଣ୍ଡାହାତ, କାଚହୁଡ଼ି ଓ ହୁଡ଼ିସାହିର ୫ଯୋଡି ଏହି ବିବାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିନା ଜାନିଯୌତୁକରେ ସମ୍ପନ୍ନ ହୋଇଥିଲା ଏହି ଗଣବିବାହ କାର୍ଯ୍ୟକ୍ରମ । ବିବାହ ବେଦୀରେ ଶୁଭୁଥିଲା ଯଥା ରାବଣସ୍ୟ ମନ୍ଦୋଦରୀର ଉଚ୍ଚାରଣ । ବ୍ରାହ୍ମଣ ମନ୍ତ୍ର୍ର ପଢୁଥିଲେ । ଯଜ୍ଞଯାଜ୍ଞର ଆୟୋଜନ ସହିତ ବୈଦିକ ରିତିନୀତିରେ ଚାଲିଥିଲା ବିବାହ ।

ସଂଗଠନର ମହିଳାମାନେ ନିଜ ପରିବାର ଲୋକଙ୍କ ଭଳି ଶଙ୍ଖ ଫୁଙ୍କିବା ସହ ହୁଳିହୁଳି ପକାଉଥିଲେ । ବରକନ୍ୟାଙ୍କ ହାତଗଣ୍ଠି ପକାଇଥିଲେ । ମହିଳା ସମିତିର ସଭ୍ୟାମାନେ ଖଇ କଉଡ଼ିର ଖେଳ ବି କଲେ । ଶେଷରେ ସମୁଦି ସମର୍ପଣଠାରୁ ଆରମ୍ଭ କରି ଭୁରିଭୋଜନର ବି ଆୟୋଜନ କରାଯାଇଥିଲା ଏହି ଗଣ ବିବାହ ଉତ୍ସବରେ । ଏଭଳି ବିବାହରେ ବେଶ ଖୁସି ଥିଲେ ବରକନ୍ୟା ଓ ସେମାନଙ୍କ ପରିବାର ଲୋକେ । ବିନା ଖର୍ଚ୍ଚରେ ଏତେ ସୁନ୍ଦର ପରିବେଶ ମଧ୍ୟରେ ବିବାହ ସମ୍ଭବ ହୋଇଥିବାରୁ ମହିଳା ସଂଗଠନ ନିକଟରେ କୃତଜ୍ଞତା ଜଣାଇଛନ୍ତି ବରକନ୍ୟାଙ୍କ ଓ ସ୍ଥାନୀୟ ଲୋକେ । ତେବେ ଏଠାରେ ଏଭଳି ଏକ ଗଣବିବାହର ଆୟୋଜନ ଏଠାରେ ସୃଷ୍ଟି କରିଥିଲା ଏକ ନିଆରା ପରିବେଶ । ଯାହାର ଭୁରିଭୁରି ପ୍ରଶଂସା କରିଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । ଉତ୍ସବରେ ସାମିଲ ହୋଇଥିଲେ ଶତାଧିକ ମହିଳା, ଶିକ୍ଷାବିତ ଓ ସାହିତ୍ୟିକ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.