ETV Bharat / state

ନିଜାମୁଦ୍ଦିନ ଧର୍ମସଭାରେ ଥିଲେ ଯାଜପୁରର 3 ବ୍ୟକ୍ତି: ଜିଲ୍ଲାପାଳ

ଯାଜପୁରର ଜିଲ୍ଲାର 3ଜଣ ଦିଲ୍ଲୀର ନିଜମୁଦ୍ଦିନ ମରକଜର ଧର୍ମସଭାରେ ଯୋଗଦେଇଥିବା ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ତିନିଜଣଙ୍କ ସ୍ବାବକୁ ପରୀକ୍ଷା ପାଇଁ ପଠାଯିବ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

collector-confirms-3-people-of-jajpur-attend-the-religious-meeting-in-delhi-nijjamuddin
ଯାଜପୁରର ଜିଲ୍ଲାର 3ଜଣ ଦିଲ୍ଲୀର ନିଜାମୁଦ୍ଧିନ ସଭାରେ ଯୋଗଦେଇଥିବା ସ୍ପଷ୍ଟ କଲେ ଜିଲ୍ଲାପାଳ
author img

By

Published : Apr 2, 2020, 4:20 PM IST

ଯାଜପୁର: ଜିଲ୍ଲାର 3 ଜଣ ନିଜାମୁଦ୍ଦିନ ସମାରୋହରେ ଯୋଗ ଦେଇଥିଲେ ବୋଲି ଗୁରୁବାର ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ । ସମସ୍ତଙ୍କୁ ସ୍ବାବକୁ ପରୀକ୍ଷା କେନ୍ଦ୍ରକୁ ପଠାଯିବ ।

ଯାଜପୁରର ଜିଲ୍ଲାର 3ଜଣ ଦିଲ୍ଲୀର ନିଜାମୁଦ୍ଧିନ ସଭାରେ ଯୋଗଦେଇଥିବା ସ୍ପଷ୍ଟ କଲେ ଜିଲ୍ଲାପାଳ

ଦିଲ୍ଲୀର ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିବା ଯାଜପୁର ଜିଲ୍ଲାର ବିଞ୍ଝାରପୁର ଅଞ୍ଚଳର ବ୍ୟକ୍ତିଙ୍କ ନିକଟରେ କୋରୋନା ଲକ୍ଷଣ ଦେଖାଯାଇଛି । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସେହିପରି ଅନ୍ୟ ଦୁଇ ଜଣ ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ଏବଂ ନେଉଳପୁର ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କର ସ୍ବାବ ମଧ୍ୟ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ମହାମାରୀ କୋରୋନାକୁ ନେଇ ସାରା ଦେଶରେ ଗତ 24 ତାରିଖରୁ ଲକଡାଉନ କରାଯାଇଥିବାବେଳେ ଦିଲ୍ଲୀର ନିଜାମୁଦ୍ଦିନ ଧର୍ମସଭାରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ଯୋଗଦେଇଥିଲେ । ଏହି ସଭାରେ ଯୋଗଦେଇଥିବା ଲୋକଙ୍କ ନିକଟରେ କୋରୋନା ସଂକ୍ରମଣର ରିପୋର୍ଟ ପଜିଟିଭ ଆସିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.