ଯାଜପୁର: ଫନି ବାତ୍ୟାକୁ ନେଇ ଆତଙ୍କିତ ରାଜ୍ୟବାସୀ । ସେପଟେ ଫନି ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନେଇଛି ପ୍ରଶାସନ । ହେଲେ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଉଥିବା କୁହାଯାଉଥିବା ବେଳେ ଯାଜପୁର ତଳିଆ ଅଞ୍ଚଳ ଆଉ ବସ୍ତି ବାସିନ୍ଦାଙ୍କ ନିକଟରେ ପ୍ରଶାସନ ପହଞ୍ଚି ନଥିବା ଅଭିଯୋଗ ହୋଇଛି ।
ତେବେ ଯାଜପୁର ବସ୍ତି ଓ ତଳିଆ ଅଞ୍ଚଳରେ ଗୁରୁବାର ରାତିରେ ପ୍ରବଳ ବର୍ଷା ହେତୁ ଚାଳଘରେ ରହୁଥିବା ଲୋକେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି । ସ୍ଥାନୀୟଲୋକ ସ୍ଥାନାନ୍ତରଣ ପାଇଁ ପ୍ରସ୍ତୁତ ଥିବା ବେଳେ ପ୍ରଶାସନ ପହଞ୍ଚିବା ଅପେକ୍ଷାରେ ଅଛନ୍ତି ।
ଜିଲ୍ଲାର ବଡ଼ଚଣାରେ 20mm, ଦାନଗଦିରେ 27mm, ସୁକିନ୍ଦାରେ-31.2mm, ବରୀରେ 15.5,ବିଞ୍ଝାରପୁରରେ 33.4, ଦଶରଥପୁରରେ 18mm, ଯାଜପୁରରେ 25mm, କୋରେଇରେ 36.6mm, ରସୁଲପୁରରେ 33.6 ଆଉ ଧର୍ମଶାଳାରେ 15mm ଆଦି 10 ବ୍ଲକରେ ପାଣିପାଗ ବିଭାଗ ବର୍ଷା ରେକର୍ଡ କରିଛି ।
ତେବେ ଗତକାଲି ରାତିରୁ ଲଗାଣ ବର୍ଷା ଫଳରେ ନଦୀକୂଳିଆ ଆଉ ବସ୍ତି ବାସିନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ