ETV Bharat / state

ଟିୟୁସନ୍ ଯାଇ ଘରକୁ ଫେରିଲେନି ନବମ ଶ୍ରେଣୀ ଛାତ୍ରୀ, ପୋଖରୀରୁ ମିଳିଲା ମୃତଦେହ - ପୋଖରୀରୁ ମିଳିଲା ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଟିୟୁସନ୍ ଯାଇ ଆଉ ଘରକୁ ଫେରିଲେନି ଛାତ୍ରୀ । ପୋଖରୀରୁ ମିଳିଲା ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ । ଅଧିକ ପଢ଼ନ୍ତୁ

ଟିୟୁସନ୍ ଯାଇ ଆଉ ଘରକୁ ଫେରିଲେନି ନବମ ଶ୍ରେଣୀ ଛାତ୍ରୀ, ପୋଖରୀରୁ ମିଳିଲା ଛାତ୍ରୀଙ୍କ ମୃତଦେହ

author img

By

Published : Sep 4, 2022, 10:21 PM IST

Updated : Sep 4, 2022, 11:03 PM IST

ଯାଜପୁର: ଟିୟୁସନ୍ ଯାଇ ଆଉ ଘରକୁ ଫେରିଲେନି ନବମ ଶ୍ରେଣୀ ଛାତ୍ରୀ । ଆଜି ସ୍ଥାନୀୟ ପୋଖରୀରୁ ମିଳିଛି ଛାତ୍ରୀଙ୍କ ମୃତଦେହ । ତେବେ ଛାତ୍ରୀ ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ମୃତକଙ୍କ ମାମୁଁ କହିଛନ୍ତି "ଆମ ଝିଅ କେବେ ବି ଆତ୍ମହତ୍ୟା କରିପାରିବନି । ତାକୁ କେହି ହତ୍ୟା କରିଛି ।"

ଟିୟୁସନ୍ ଯାଇ ଆଉ ଘରକୁ ଫେରିଲେନି ନବମ ଶ୍ରେଣୀ ଛାତ୍ରୀ, ପୋଖରୀରୁ ମିଳିଲା ଛାତ୍ରୀଙ୍କ ମୃତଦେହ

ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରିକୁଳ ଗ୍ରାମରେ । ସୂଚନାନୁସାରେ, ଏହି ଗାଁର ଅମୂଲ୍ୟ ଦାସଙ୍କ ଝିଅ ଅମ୍ରିତା ଗତକାଲି (ଶନିବାର) ସନ୍ଧ୍ୟା ସମୟରେ ମଙ୍ଗଳପୁର ଥାନା ଅନ୍ତର୍ଗତ ଗ୍ରାମ ନନ୍ଦିପୁର ପଞ୍ଚାୟତ ବାବଲପୁର ଗାଁକୁ ଟିୟୁସନ୍ ଯାଇଥିଲେ । ହେଲେ ଟିୟୁସନ୍‌ରୁ ଆଉ ଘରକୁ ଫେରିନଥିଲେ ଅମ୍ରିତା ।

ଘରକୁ ଆସିବା ବିଳମ୍ବ ହେବାରୁ ପରିବାର ଲୋକେ ଝିଅକୁ ଖୋଜିବା ପାଇଁ ଯାଇଥିଲେ । ଦୀର୍ଘ ସମୟ ଧରି ଝିଅକୁ ଖୋଜିଥିଲେ । ହେଲେ କେଉଁଠି ବି ମିଳିନଥିଲେ ଅମ୍ରିତା । ଆଜି ସକାଳୁ ସ୍ଥାନୀୟ ଏକ ପୋଖରୀରେ ବ୍ୟାଗ୍ ଭାସୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହାପରେ ଅମ୍ରିତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଖବରପାଇ ଅମ୍ରିତାଙ୍କ ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଏହାପରେ ଗ୍ରାମବାସୀଙ୍କ ସହାୟତାରେ ଝିଅକୁ ପୋଖରୀ ଭିତରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେଠାରୁ ତୁରନ୍ତ ପରିବାର ଲୋକେ ଝିଅକୁ ନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଅମ୍ରିତାଙ୍କୁ ମୃତ ଘୋଷଣା କରିଥିଲେ ।ଅମ୍ରିତାଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପରିବାର ଲୋକେ ଓ ସାଙ୍ଗସାଥୀ । ଏ ନେଇ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଚଳାଇଛି ।

ଏବେ ସମସ୍ତଙ୍କ ମୁହଁରେ କିଏ ମାରିଛି ଅମ୍ରିତାଙ୍କୁ । ଜଣେ ସରଳ ଓ ମିଷ୍ଟଭାଷୀ ଝିଅ ଅମ୍ରିତା ସହ କାହାର ଥିଲା ଶତୃତା । ସେପଟେ ଝିଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ମାଆ । ଆଉ ଭଗବାନଙ୍କ ପାଖରେ ନେହୁରା ହେଉଛି ମୋ ଝିଅକୁ ଫେରାଇ ଦିଅ । ସେପଟେ ଝିଅର ମୃତଦେହକୁ ଦେଖି ମୁକ ପାଲଟି ଯାଇଛନ୍ତି ବାପା । ଏନେଇ ମୃତକଙ୍କ ବାପା କହିଛନ୍ତି "ମୋ ଝିଅକୁ କେହି ହତ୍ୟାକରି ପୋଖରୀରେ ଫିଙ୍ଗି ଦେଇଛି ।"

ଇଟିଭି ଭାରତ, ଯାଜପୁର

Last Updated : Sep 4, 2022, 11:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.