ETV Bharat / state

ସ୍କୁଲରେ ଉଠବସ କରାଇଲେ ଶିକ୍ଷୟିତ୍ରୀ, ଚାଲିଗଲା ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଜୀବନ - Sit Ups Punishment in school

ଯାଜପୁରରେ ଅଭାବନୀୟ ଘଟଣା । ମାତ୍ର 2 ଥର ବସ ଉଠ ହେଉ ହେଉ ଅଚେତ ହୋଇପଡିଲେ ଚତୁର୍ଥ ଶ୍ରେଣୀର ଛାତ୍ର । ଚିକିତ୍ସିତ ଅବସ୍ଥାରେ ମୃତ । ଅଧିକ ପଢନ୍ତୁ

ସ୍କୁଲରେ ଉଠବସ ହେଉଥିବା ବେଳେ ଅଚେତ ହୋଇପଡିଲେ ଛାତ୍ର

author img

By ETV Bharat Odisha Team

Published : Nov 22, 2023, 3:30 PM IST

ଯାଜପୁର: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଦଣ୍ଡ । ସ୍କୁଲରେ ଉଠବସ ହୋଇ ଚାଲିଗଲା ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ଜୀବନ । ଯାଜପୁରରେ ଅଭାବନୀୟ ଘଟଣା ଘଟିଛି । ସ୍କୁଲରେ ଛାତ୍ରକୁ ଶିକ୍ଷକ ଉଠବସ କରେଇବା ସମୟରେ ଅଚେତ ହୋଇପଡିଲେ ଛାତ୍ର । ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର ।

ସୂଚନାଅନୁଯାୟୀ, ଯାଜପୁର ଜିଲ୍ଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମର ନିତ୍ୟାନନ୍ଦ ସେଠୀଙ୍କ ପୁଅ ରୁଦ୍ର ନାରାୟଣ ସେଠୀ ଓରାଳି ସୂର୍ଯ୍ୟନାରାୟଣ ପ୍ରାଥମିକ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ । ଗତ କାଲି (ମଙ୍ଗଳବାର) ଦିନ ରୁଦ୍ର ନିୟମିତ ଭାବରେ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିଲେ । ହେଲେ ଅପରାହ୍ନ ସମୟରେ ରୁଦ୍ର ପାଠ ନ ପଢି ତାର ଅନ୍ୟାନ୍ୟ ସାଙ୍ଗ ପିଲାଙ୍କ ସହିତ ସ୍କୁଲ ହତା ଭିତରେ ଦୌଡାଦୌଡି କରିବା ସହ ଖେଳୁଥିଲେ ।

ଏହାମଧ୍ୟ ପଢନ୍ତୁ..କ୍ରିକେଟ ଖେଳିବା ବେଳେ ହାର୍ଟ ଆଟାକ, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଏହି ଘଟଣା ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ଦୃଷ୍ଟି ଗୋଚର ହେବାରୁ ସମ୍ପୃକ୍ତ ଶିକ୍ଷକ ଜଣକ ଖେଳୁଥିବା ପିଲାମାନଙ୍କୁ ପାଖକୁ ଡାକି ପାଠ ନପଢି ଖେଳିବାର କାରଣ ପଚାରିଥିଲେ । ପାଠ ସମ୍ୱନ୍ଧରେ ଗୋଟିଏ ପ୍ରଶ୍ନ ପଚାରିଥିଲେ । ହେଲେ ପିଲାମାନେ ସେହି ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ । ଯେଉଁଥିପାଇଁ ଦଣ୍ଡ ଦେବାକୁ ଯାଇ ସମ୍ପୃକ୍ତ ଶିକ୍ଷକ ଜଣକ ପିଲାମାନଙ୍କୁ ଉଠବସ ହେବା ପାଇଁ କ‌ହିଥିଲେ । ୪/୫ ଜଣ ପିଲା ଉଠବସ ହେଉଥିବା ସମୟରେ ମାତ୍ର ଦୁଇଥର ଉଠବସ ହୋଇ ରୁଦ୍ର ହଠାତ୍‌ ବେହୋସ ହୋଇ ତଳେ ପଡିଯାଇଥିଲେ ।

ଏହାମଧ୍ୟ ପଢନ୍ତୁ..ସ୍କୁଲରେ ପ୍ରାର୍ଥନା ବେଳେ ଟଳି ପଡିଲେ ଦଶମ ଶ୍ରେଣୀ ଛାତ୍ର

ଏନେଇ ସଙ୍ଗେ ସଙ୍ଗେ ଶିକ୍ଷକ ଜଣକ ରୁଦ୍ରର ପିତାଙ୍କ ନିକଟକୁ ଖବର ଦେଇଥିଲେ । ପରେ ରୁଦ୍ରଙ୍କ ପରିବାର ତାଙ୍କୁ ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକଙ୍କ ମନ ନ ବୁଝିବାରୁ ପରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ବସଉଠ ପାଇଁ ଛାତ୍ରଙ୍କ ମୃତ୍ୟୁ ହୋଇଛି କିମ୍ବା ଅନ୍ୟ କେଉଁ କାରଣ ପାଇଁ ତାହା ଜଣାପଡିବ । ଅନ୍ୟପଟେ ପରିବାର ବର୍ଗଙ୍କ ପକ୍ଷରୁ ଏନେଇ କୌଣସି ଅଭିଯୋଗ ଥାନାରେ ଦିଆଯାଇନଥିବା ସୂଚନା ରହିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.