ଯାଜପୁର: ଜିଲ୍ଲାର ଦଶରଥପୁର ବ୍ଲକ ଦତ୍ତପୁର ଠାରେ ହୋଇଥିବା ଘାଇ ମରାମତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଘାଇ ମରାମତି ପାଇଁ ବାହାର ଠିକାଦାର ନିୟୋଜିତ ହେବା ଏବଂ ଘାଇ ମରାମତି ପାଇଁ ଜେସିବି ବ୍ୟବହାର ହେଉଥିବାରୁ ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି ।
ବନ୍ୟା ଅଞ୍ଚଳରେ ଲୋକେ କାମ ଅଭାବରୁ ଦିନ କାଟୁଥିବାବେଳେ ସ୍ଥାନୀୟ ଶ୍ରମିକଙ୍କୁ କାମ ଯୋଗାଇଦେବା ପାଇଁ ଦାବି ହୋଇଛି। ସ୍ଥାନୀୟ ଅଞ୍ଚଳର ଶ୍ରମିକ ମାନଙ୍କୁ କାମ ଦିଆଗଲେ ଘାଇର ଶୀଘ୍ର ମରାମତି ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ