ETV Bharat / state

ଖଳାରୁ ମିଳିଲା ଶିଶୁର କଟାମୁଣ୍ଡ, ବଳି ସନ୍ଦେହ

author img

By ETV Bharat Odisha Team

Published : Jan 14, 2024, 4:10 PM IST

Child Severed Head Found: ଖଳାରୁ ମିଳିଛି ଶିଶୁର କଟାମୁଣ୍ଡ । ମୃତ ଶିଶୁର ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ । ଅଧିକ ପଢ଼ନ୍ତୁ

ଖଳାରୁ ମିଳିଲା ଶିଶୁର କଟାମୁଣ୍ଡ
ଖଳାରୁ ମିଳିଲା ଶିଶୁର କଟାମୁଣ୍ଡ
ଖଳାରୁ ମିଳିଲା ଶିଶୁର କଟାମୁଣ୍ଡ

ଯାଜପୁର: ଜିଲ୍ଲାରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ଖଳାରୁ ମିଳିଛି ଜଣେ ଶିଶୁର କଟାମୁଣ୍ଡ । କୁକୁର କଟା ମୁଣ୍ଡଟିକୁ ଆଣି ଖାଉଥିବା ବେଳେ ଦେଖିଥିଲେ ସ୍ଥାନୀୟ ବାସିନ୍ଦା । ତେବେ ମୃତ ଶିଶୁର ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ନରବଳି ଦିଆଯାଇଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ.... ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଯାଜପୁର ଜିଲ୍ଲା ଶଙ୍ଖଚିଲା ରାଧାନଗର ଗ୍ରାମରୁ ଏକ ଶିଶୁର କଟାମୁଣ୍ଡ ଠାବ କରାଯାଇଛି । ମୃତ ଶିଶୁର ପରିଚୟ ମିଳି ପାରିନାହିଁ । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ରାଧାନଗର ଗ୍ରାମର ଜଣେ ବ୍ୟକ୍ତିଙ୍କ ଖଳାରେ ଶିଶୁର କଟା ମୁଣ୍ଡ ଟିକୁ ଏକ କୁକୁର ଖାଉଥିବାର ଦେଖିଥିଲେ ଗ୍ରାମବାସୀ । ପରେ ପୋଲିସକୁ ଖବର ଦେଇଥିଲେ । ଯାଜପୁର ରୋଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଉକ୍ତ କଟା ମୁଣ୍ଡଟିକୁ କୁକୁର ଖାଉଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଟାମୁଣ୍ଡ ସଂଗ୍ରହ କରି ଛାନଭିନ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ.... ଧରାପଡିଗଲା ଚୋରାପିରତି, ପ୍ରେମିକ ସହ ମିଶି ସ୍ବାମୀକୁ ରାସ୍ତାରୁ ହଟାଇ ଦେଲା ସ୍ତ୍ରୀ

ତେବେ ସ୍ଥାନୀୟ ମହିଳାଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟା ପାଞ୍ଚଟା ବେଳେ କୁକୁର କେଉଁଠାରୁ ଏକ କଟା ମୁଣ୍ଡକୁ ଆଣି ତାକୁ ଖାଉଥିଲେ । କଟା ମୁଣ୍ଡଟିକୁ ଦେଖି ଶିଶୁଟିର ବୟସ ଦୁଇରୁ ଚାରି ବର୍ଷ ହୋଇଥିବା ଅନୁମାନ କରାଯାଉଛି । ଶିଶୁଟିର ମୁଣ୍ଡରେ ଅନ୍ୟ କୌଣସି କ୍ଷତ ଚିହ୍ନ ନଥିବା ସ୍ଥାନୀୟ ଲୋକ ଦେଖିଥିଲେ । ତେବେ ସେହି ଅଞ୍ଚଳ କିମ୍ବା ପାଖାପାଖି ଅଞ୍ଚଳରେ କୌଣସି ନିଖୋଜ ରିପୋର୍ଟ ଦିଆଯାଇ ନଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ସେପଟେ ଗ୍ରାମବାସୀ ମଧ୍ୟ ଆଖପାଖ ଅଞ୍ଚଳରେ ପଚରା ଉଚରା କରୁଛନ୍ତି । ଅନ୍ୟପଟେ କଟା ମୁଣ୍ଡଟିକୁ ଦେଖି ନରବଳି ଦିଆଯାଇଥିବା ସନ୍ଦେହ ମଧ୍ୟ କରୁଛନ୍ତି । କିନ୍ତୁ ଘଟଣା ପଛର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ତଦନ୍ତ ପରେ ହିଁ ପ୍ରକୃତ କାରଣ ଜଣା ପଡ଼ିବ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.