ETV Bharat / state

ଇଞ୍ଜେକ୍ସନ ନେଲା ନାବାଳିକା ଜୀବନ ! - ଇଂଜେକସନ ନେଲା ନାବାଳିକା ଜୀବନ

ମାତ୍ରାଧିକ ଇଞ୍ଜେକ୍ସନ ଫଳରେ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ । ଡ଼ାକ୍ତରଙ୍କ ବିରୋଧରେ ଏତଲା ଦେଲେ ପରିବାର ଲୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 23, 2019, 5:19 PM IST

ଯାଜପୁର: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଘଟିଛି ଅଘଟଣ । ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ନାବାଳିକାର ମୃତ୍ୟୁ ହୋଇଥିବା ନେଇ ହୋଇଛି ଅଭିଯୋଗ । ମୃତ ନାବାଳିକା ହେଲେ ହରିପୁର ଗାଁର ନୀଳମଣି ବରାଳଙ୍କ ଝିଅ ପୂଜାରାଣୀ ବରାଳ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବାତରୋଗରେ ପିଡ଼ୀତ ଥିବା ପୂଜାରାଣୀ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥିଲେ । ଡ଼ାକ୍ତର ତାଙ୍କୁ ହସପିଟାଲରେ ଇଞ୍ଜେକ୍ସନ ଦେଇଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଇଞ୍ଜେକ୍ସନର ପରିମାଣ ମାତ୍ରାଧିକ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ନାବାଳିକାର ମୃତ୍ୟୁ ପରେ ଡାକ୍ତର ଶବ ବ୍ୟବଚ୍ଛେଦ ନକରି ଜୋର ଜବରଦସ୍ତ ଘରକୁ ପଠାଇ ଦେଇଥିଲେ। ଫଳରେ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ମୃତଦେହକୁ ପୁନର୍ବାର ଡାକ୍ତରଖାନା ଆଣିବା ସହ ଏହାର ତଦନ୍ତ କରି ଦୋଷୀଙ୍କ ଵିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ଦାବି କରିଥିଲେ । ଅନ୍ୟପଟେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଅଘଟଣ , ତ୍ରୁଟିପୂର୍ଣ୍ଣ ଚିକିତ୍ସା ରୁ ନାବାଳିକା ର ମୃତ୍ୟୁ ଅଭିଯୋଗ। ମୃତକ ହେଲେ ହରିପୁର ଗାଁ ର ନୀଳମଣି ବରାଳ ଙ୍କ ଝିଅ ପୂଜାରାଣୀ।ସେ ଆଜି ନିଜର ବାତ ରୋଗର ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଡ଼ାକ୍ତର ଖାନାକୁ ଆସିଥିଲେ। ତାଙ୍କୁ ଦିଆଯାଇଥିବା ଇଂଜେକସନ ର ମାତ୍ରା ଅଧିକ ହୋଇଥିବା ରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ନ କରି ତାଙ୍କୁ ଜୋର ଜବରଦସ୍ତ ଘରକୁ ପଠାଇଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ଏହାର ତଦନ୍ତ କରି ଦୋଷୀଙ୍କ ଵିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରି ଶବକୁ ଡାକ୍ତର ଖାନାକୁ ଆଣିଥିଲେ।ଅନ୍ୟପଟେ ଅଭିଯୋଗ କୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ତଦନ୍ତ ଆରମ୍ଭ କରିଛି,ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।
ବାଇଟ:ଆଶିଷ କୁମାର ସାହୁ,ଯାଜପୁର ଥାନା ଅଧିକାରୀBody:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.