ETV Bharat / state

ମା'ବିରଜାଙ୍କ ଶାରଦୀୟ ପୂଜା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ - ମା' ବିରଜାଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ

ପରମ୍ପରା ଅନୁଯାୟୀ ପବିତ୍ର ସୁନିଆଁରୁ ଆରମ୍ଭ ହୋଇଛି ମା' ବିରଜାଙ୍କ ଶାରଦୀୟ ପୂଜା । ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଆରମ୍ଭ ହୋଇଛି ।

jajpur Maa Birja
ମା' ବିରଜାଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ
author img

By

Published : Aug 31, 2020, 7:03 PM IST

ଯାଜପୁର: ଆଜିଠାରୁ(ସୋମବାର) ଆରମ୍ଭ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା'ବିରଜାଙ୍କ ରଥ ନିର୍ମାଣ କାର୍ଯ୍ୟର ବିଧି ପରମ୍ପରା। ପବିତ୍ର ସୁନିଆଁରୁ ଆରମ୍ଭ ହୋଇଛି ମା' ବିରଜାଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ । ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ତଥା ବିଲ୍ବ ବରୁଣ ପୂଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ପରମ୍ପରା ଅନୁଯାୟୀ, ଏଥିଲାଗି ନବାଙ୍କ ପୂଜା କରାଯାଇ ସାରଣୀ ଲେଖା ସହ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତଙ୍କୁ ବରଣୀ କରାଯାଇଛି । ସଂଧ୍ୟାରେ ବଳି ମଣ୍ଡପରେ ବିଧି ମୁତାବକ ସାବିତ୍ରୀ ଓ ସରସ୍ବତୀ ଆହ୍ବାନରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।

ମା' ବିରଜାଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ

ପୂଜା ପରେ ଦେବୀଙ୍କ ସିଂହଧ୍ବଜା ରଥ ନିର୍ମାଣ ଲାଗି ଚିହ୍ନଟ ବେଲଗଛ କଟା ଯିବାର ପରମ୍ପରା ରହିଛି । ଚଳିତବର୍ଷ ପାରମ୍ପରିକ ରୀତିନୀତି ଅନୁଯାୟୀ, ନହରପଦା ଗ୍ରାମର ଚନ୍ଦ୍ରମଣି ବେହେରାଙ୍କ ବାଡିରେ ଥିବା ଅଫଳନ୍ତି ଓ ଅକ୍ଷୂର୍ଣ୍ଣ ବେଲ ଗଛକୁ ପୂଜା କରାଯାଇ ସ୍ବର୍ଣ୍ଣ ଛେଦନ କରାଯାଇଛି ।

ପୂଜା ହୋଇଥିବା ଡାଳ ଆଣିବା ପରେ ମା’ଙ୍କ ରଥ ନିର୍ମାଣ କାର୍ଯ୍ୟ ଆଜିଠାରୁ(ସୋମବାର)ଆରମ୍ଭ ହେବାର ବିଧି ରହିଛି ବୋଲି ମୁଖ୍ୟ ସେବାୟତ କହିଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ କାର୍ଯ୍ୟରେ ସୁବନ୍ଦୋବସ୍ତ କରାଯାଇଛି । ସରକାରଙ୍କ କୋଭିଡ-୧୯ ନିୟମାନୁସାରେ ସମସ୍ତ ସେବାୟତ ମାସ୍କ ପରିଧାନ କରି ସମସ୍ତ କାର୍ଯ୍ୟ ସମାପନ ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.