ETV Bharat / state

ଯାଜପୁର ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ

ଯାଜପୁର ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ । ଅଧିକ ପଢନ୍ତୁ...

ଯାଜପୁର ଜିଲ୍ଲାପାଳଙ୍କ ବିରୋଧରେ ହାଇକୋର୍ଟଙ୍କ ଅଦାଲତ ଅବମାନନା ଅଭିଯୋଗ

author img

By

Published : Oct 30, 2020, 4:37 PM IST

ଯାଜପୁର: ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ । ଯାଜପୁର ଜିଲ୍ଲାପାଳଙ୍କ ବିରୋଧରେ ମାନ୍ୟବର ହାଇକୋର୍ଟଙ୍କ ଅଦାଲତ ଅବମାନନା ଅଭିଯୋଗ ।

ଯାଜପୁର ଜିଲ୍ଲାପାଳଙ୍କ ବିରୋଧରେ ହାଇକୋର୍ଟଙ୍କ ଅଦାଲତ ଅବମାନନା ଅଭିଯୋଗ

ଧର୍ମଶାଳାର ସୂଚନାଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କ ପକ୍ଷରୁ ଆଗତ ଏକ ମାମଲାର ଶୁଣାଣିରେ ଜିଲ୍ଲାପାଳ ଅବହେଳା କରିଥିବା ଦର୍ଶାଇ ଏଭଳି ଏକ ମକଦ୍ଦମା ରୁଜୁ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରି ସାଉଥ ସାଇଟରେ ରହିଛି ରାଣିବନ୍ଧ ଡ୍ୟାମ । ଏହି ଅଞ୍ଚଳରେ ପଥର ଖନନ ପାଇଁ ଲିଜ ଅନୁମତି ଦେଲେ ପରିବେଶ ପ୍ରଦ୍ୟୁଷଣ ହେବାର ଆଶଙ୍କା ଥିବା ଦର୍ଶାଇ ହାଇକୋର୍ଟରେ ଅପିଲ କରିଥିଲେ ସର୍ବେଶ୍ବର ।

ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଜିଲାପ୍ରଶାସନକୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲାପ୍ରଶାସନ ଏହାକୁ ଅଣଦେଖା କରି ଓଲଟି ଏହି ଅଞ୍ଚଳକୁ ନିଲାମ ଘୋଷଣା କରିଥିଲେ । ଏହାପରେ ସର୍ବେଶ୍ବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଜିଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ।

ଶୁକ୍ରବାର ଜିଲ୍ଲାପ୍ରଶାସନ ପକ୍ଷରୁ ସର୍ବେଶ୍ବରଙ୍କୁ ନୋଟିସ ପଠାଯାଇ ତାଙ୍କ ଅଭିଯୋଗ ଶୁଣାଯାଇଛି । ତୁରନ୍ତ ଏନେଇ ହାଇକାର୍ଟଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.