ଯାଜପୁର: ଜିଲ୍ଲା ସଦର ମହକୁମାରେ ସିଏଏ ସମର୍ଥନରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା । ଜିଲ୍ଲା ସଭାପତି ଗୌତମ ରାୟଙ୍କ ନେତୃତ୍ବରେ ଆୟୋଜିତ ଶୋଭାଯାତ୍ରାରେ ସହର ପରିକ୍ରମା କଲେ ସହଶ୍ରାଧିକ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା। ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖ ସାମିଲ ହୋଇ ସିଏଏ ସପକ୍ଷରେ ଲୋକଙ୍କୁ ସଚେତନ କରିଥିଲେ।
ସିଏଏ ଦେଶର କୌଣସି ସଂଖ୍ୟାଲଘୁ ନାଗରିକଙ୍କୁ ନାଗରିକତ୍ଵରୁ ବଞ୍ଚିତ କରିବା ପାଇଁ ନୁହେଁ । ବରଂ ବିଦେଶରୁ ନିର୍ଯାତନାର ଶିକାର ହୋଇ ଦେଶରେ ଶରଣାର୍ଥୀ ଭାବରେ ବସବାସ କରୁଥିବା ବ୍ୟକ୍ତି ବା ପରିବାରଙ୍କୁ ଏହା ନାଗରିକତା ପ୍ରଦାନ କରିବା କ୍ଷେତ୍ରରେ ସହାୟକ ହେବ ବୋଲି ବିଜେପି ନେତାମାନେ ମନ୍ତବ୍ୟ ଦେଇଥିଲେ।
କଂଗ୍ରେସ ଏହାକୁ ନେଇ ସଂଖ୍ୟାଲଘୁ ଭାଇ ମାନଙ୍କ ମଧ୍ୟରେ ଅପପ୍ରଚାର କରୁଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଏବଂ ନିନ୍ଦନୀୟ ବୋଲି କୁହାଯାଇଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ