ETV Bharat / state

ଖେଳପଡ଼ିଆ ପାଲଟିଲା ପାର୍କିଂ ଜୋନ, ପ୍ରତିବାଦରେ ଗ୍ରାମବାସୀଙ୍କ ଧାରଣା

author img

By

Published : Oct 7, 2019, 6:03 PM IST

ରାତିଅଧରେ ପିଲାଙ୍କ ଖେଳ ପଡ଼ିଆ ପାଲଟିଛି ଖଣି କମ୍ପାନୀର ପାର୍କିଂ ସ୍ଥଳୀ । ପ୍ରତିଦିନ ଗାଁ ଦାଣ୍ଡରେ ଗଡ଼ୁଛି ଶହ ଶହ ଟ୍ରକ । ଫଳରେ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଯାହାର ପ୍ରତିବାଦରେ ଧାରଣା ଦେଇଛନ୍ତି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଖଣି ଅଞ୍ଚଳରେ ଖଣି କମ୍ପାନୀଙ୍କ ମନମୁଖୀ କାରବାର । ରାତିଅଧିଆ ଗାଁ ପଡିଆରେ ଖୋଲିଛି ବେଆଇନ ପାର୍କିଂ ଜୋନ୍ । ପିଲାଙ୍କ ଖେଳ ପଡିଆରେ ରଖାଯାଇଛି ଶହ ଶହ ଟ୍ରକ ଓ ଡମ୍ଫର । ଫଳରେ ପରିଣାମ ଭୋଗୁଛନ୍ତି ଗ୍ରାମବାସୀ । ଗାଁ ଦାଣ୍ଡରେ ଟ୍ରକ୍ ଗୁଡିକର ଯାତାୟାତ ଫଳରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ଏହା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଯାଜପୁର ସୁକିନ୍ଦାର କାଳିଆପାଣି ଖଣି ଅଞ୍ଚଳର ଆଦିବାସୀ ଅଧ୍ୟୁଷିତ କଅଁସ ଗ୍ରାମରେ ।

ଖେଳ ପଡ଼ିଆ ପାଲଟିଲା ପାର୍କିଂ ଜୋନ, ପ୍ରତିବାଦରେ ଗ୍ରାମବାସୀଙ୍କ ଧାରଣା

ଗାଁ ପଡିଆ ରାତିଅଧିଆ ଟ୍ରକ ପାର୍କିଂ ପାଲଟି ଥିବାବେଳେ ଏହା ବିରୋଧରେ ପ୍ରତିବାଦ କରିଛନ୍ତି ଶତାଧିକ ଗ୍ରାମବାସୀ । ପଡିଆ ଆଗରେ ଦରି ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପୁରୁଷ ଓ ମହିଳା । ଓଏମସି ସମେତ ବିଭିନ୍ନ ଖଣି ପରିବହନରେ ନିୟୋଜିତ ଟ୍ରକ୍ ଓ ଡମ୍ଫର ଆଦିକୁ ଗାଁ ପଡିଆରେ ବେଆଇନ ଭାବେ ରଖାଯାଉଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଗାଁ ପଡିଆକୁ ଏଭଳି ବେଆଇନ ପାର୍କିଂ ଜୋନ୍ କରିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ ।

ସେପଟେ ସ୍ଥାନୀୟ ଥାନା ଅଧିକାରୀ ଓ ଖଣିସଂସ୍ଥାର ଅଧିକାରୀ ମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା ମଧ୍ୟ ଆରମ୍ଭ କରିଛନ୍ତି । ପାର୍କିଂ ଜୋନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରତିଶୃତି ମିଳିଛି କିନ୍ତୁ ଏଥିରେ ବ୍ୟତିକ୍ରମ ହେଲେ ଆନ୍ଦୋଳନକୁ ତୀବ୍ରତର କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-mines_illegal_parking
format-pkg
reporter-Gyanaranjan ojha
place-jajpur
date-07.10.19
Anchor---ଖଣି ଇଲାକାରେ ଖଣି କମ୍ପାନୀଙ୍କ ମନମୁଖୀ କାରବାର । ରାତିଅଧିଆ ଭାବେ ଗାଁ ପଡିଆରେ ଖୋଲିଛି ବେଆଇନ ପାର୍କିଂ ଜୋନ୍ । ଶହ ଶହ ଟ୍ରକ୍ ଓ ଡମ୍ଫର୍ ରଖାଯାଇଛି ପିଲାଙ୍କ ଖେଳ ପଡିଆରେ । ପରିଣାମ ଭୋଗୁଛନ୍ତି ଗ୍ରାମବାସୀ । ଗାଁ ଦାଣ୍ଡରେ ଟ୍ରକ୍ ଗୁଡିକର ଯାତାୟାତ ଫଳରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ପିଲାଙ୍କୁ ସ୍କୁଲକୁ ଛାଡିବାକୁ ମଧ୍ୟ ଭୟକରୁଛନ୍ତି ଅଭିଭାବକ । ଏହା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଯାଜପୁର ସୁକିନ୍ଦା ଖଣି ଉପତ୍ୟାକା କାଳିଆପାଣି ଖଣି ଅଞ୍ଚଳର ଆଦିବାସୀ ଅଧ୍ୟୁଷିତ କଅଁସ ଗ୍ରାମରେ ।

Body:
vo-01--ଯାଜପୁର କାଳିଆପାଣି ଖଣି ଅଞ୍ଚଳର କଅଁସ ଗ୍ରାମରେ ବାସ କରନ୍ତି ସହସ୍ରାଧିକ ଆଦିବାସୀ ପରିବାର । ଗାଁ ପଡିଆରେ ରାତିଅଧିଆ ଭାବେ ଟ୍ରକ୍ ପାର୍କିଂ କରିବାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ପଡିଆ ଆଗରେ ଦରି ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗାଁର ଶତାଧିକ ପୁରୁଷ ଓ ମହିଳା । ଓଏମସି ସମେତ ବିଭିନ୍ନ ଖଣି ପରିବହନରେ ନିୟୋଜିତ ଟ୍ରକ୍ ଓ ଡମ୍ଫର ଆଦିକୁ ଗାଁ ପଡିଆରେ ବେଆଇନ ଭାବେ ରଖାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗାଁର ଯେଉଁ ପଡିଆରେ ପିଲାମାନେ ଖେଳାବୁଲା କରନ୍ତି ସେହି ପଡିଆକୁ ରାତିଅଧିଆ ଭାବେ ପାର୍କିଂ ଜୋନରେ ପରିଣତ କରାଯାଇଛି । ଗ୍ରାମବାସୀ ମାନେ ଏହି ପଡିଆକୁ ଗାଈଗୋରୁଙ୍କ ଚରାଭୁଇଁ ଭାବେ ବ୍ୟବହାର କରନ୍ତି । ଗାଁ ପଡିଆକୁ ପାର୍କିଂ ଜୋନ୍ କରିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ ।
bite-01--ରାଜରାଣୀ ଦେହୁରୀ, ଗାଁର ମହିଳା
bite-02--ଶିରୋମଣି ପ୍ରଧାନ, କଅଁସ ଗ୍ରାମବାସୀ
vo-02--ସମସ୍ୟା ପାଇଁ ଖଣି କର୍ତ୍ତୃପକ୍ଷ, ପରିବହନ ସଂସ୍ଥା ଓ ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି ଗ୍ରାମବାସୀ । ଗାଁ ପଡିଆରେ ବେଆଇନ ଭାବେ ପାର୍କିଂ ଜୋନ୍ କରିବା ଦ୍ବାରା ଲୋକଙ୍କ ଭିତରେ ବୃଦ୍ଧି ପାଇଛି ଅସନ୍ତୋଷ । ଗାଡି ଗୁଡିକ ପାର୍କିଂ କରିବା ଫଳରେ ଗାଁ ରାସ୍ତା ନଷ୍ଟ ହେବା ସହ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦର୍ଶାଇଛନ୍ତି ଗ୍ରାମବାସୀ । ଗାଁ ପଡିଆରୁ ତୁରନ୍ତ ପାର୍କିଂ ଜୋନ୍ ହଟାଇବାକୁ ଲୋକେ ଦାବୀ କରିଛନ୍ତି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ସେପଟେ ସ୍ଥାନୀୟ ଥାନା ଅଧିକାରୀ ଓ ଖଣିସଂସ୍ଥାର ଅଧିକାରୀ ମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ପାର୍କିଂ ଜୋନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରତିଶୃତି ମଧ୍ୟ ଦିଆଯାଇଛି । ତେବେ ଏଥିରେ ବ୍ୟତିକ୍ରମ ହେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
bite-03--ବଟକୃଷ୍ଣ ଦେହୁରୀ, ଗ୍ରାମବାସୀ
bite-04--ଶ୍ରୀକାନ୍ତ ସାହୁ, ସୁରକ୍ଷା ଅଧିକାରୀ, ଓଏମସି ଖଣି

Conclusion:
fvo--ଖଣି ସଂସ୍ଥା ମାନେ ନିର୍ଦ୍ଧିଷ୍ଟ ତଥା ନିଜସ୍ବ ଜାଗାରେ ପାର୍କିଂ କରିବା ପାଇଁ ନିୟମ ଥିଲେ ମଧ୍ୟ ଏଥିରେ ସେମାନେ ଖିଲାଫ୍ କରୁଛନ୍ତି । କେବଳ ଗାଁ ପଡିଆ ନୁହେଁ ଅଧିକାଂଶ ସମୟରେ ଖଣି ଅଞ୍ଚଳର ମୁଖ୍ୟ ରାସ୍ତାରେ ମଧ୍ୟ ଟ୍ରକ ଗୁଡିକୁ ପାର୍କିଂ କରାଯାଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.